ଖଜୁରୀପଡ଼ା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଙ୍କ ପଞ୍ଚାୟତ ପରିକ୍ରମା
ଖଜୁରୀପଡ଼ା ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଙ୍କ ପଞ୍ଚାୟତ ପରିକ୍ରମା l* ଆବାସ ଯୋଜନା ହିତାଧିକାରୀ କାରୀଙ୍କୁ ଭେଟିବେ l* ୭୭୦ ପୁରୁଣା ଅସମ୍ପୂର୍ଣ୍ଣ ଆବାସ ଗୃହ ସମ୍ପୂର୍ଣ କରିବାକୁ ନିର୍ଦେଶ ଦେବେ l* ତାଗିତ କରି ନୋଟିସ ଜାରି କରିବେ lଫୁଲବାଣୀ:ନିପ୍ର:-୧୮/୦୮ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ୧୪ ଟି ପଞ୍ଚାୟତ କୁ ନେଇ ଗଠିତ l ପଞ୍ଚାୟତ ଗୁଡ଼ିକର ମାନଚିତ୍ର ଜଦି ଦେଖାଯାଏ ତାହେଲେ ରହିଥିବା ଗ୍ରାମ ଗୁଡ଼ିକ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଠାରୁ ୧୦ ରୁ ୧୫ କିଲୋ ମିଟର ଦୂରରରେ ରହି ଲାଗିଛି l ପଞ୍ଚାୟତ ସମିତି ମୁଖ୍ୟ କାର୍ଯ୍ୟାଳୟ ରୁ ଏହି ସବୁ ପଞ୍ଚାୟତର ଗାଁ ଗୁଡ଼ିକୁ ପରିଦର୍ଶନ କରିବାକୁ ଗଲେ ସମସ୍ତ ସରକାରୀ କାର୍ଯ୍ୟ ଗୁଡିକୁ ଦେଖି ଫେରିବାକୁ ହେଲେ ଗୋଟିଏ ଦିନ ଲାଗିଥାଏ କାରଣ ଅନେକ ଗ୍ରାମ ଅପହଞ୍ଚ ଇଲାକା ମଧ୍ୟରେ ଅବସ୍ଥିତ l ବିଡିଓ ଶ୍ରୀ ବାହିନୀପତି ଯୋଉଦିନ ଠାରୁ ଖଜୁରୀପଡ଼ା ବ୍ଲକ ରେ ଯୋଗଦେଲେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିଦିନ ଯେକୌଣସି ପଞ୍ଚାୟତ ଗାଁକୁ ପରିଦର୍ଶନ କରିବାକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ଉନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ତଦରଖା କରିବା ଦେଖିବାକୁ ମିଳିଥିବାବେଳେ ଏବେ ଆର୍ଥିକ ବର୍ଷର ଆବାସ ଯୋଜନା ଗୃହ ଉପରେ ଟାର୍ଗେଟ କରିଛନ୍ତି ଓ ପଞ୍ଚାୟତ ପରିକ୍ରମା ଆରମ୍ଭ କରିଛନ୍ତି l ସୂଚନା ମୁତାବକ ୨୦୧୭ ରୁ ୨୦୨୫ ପର୍ଯ୍ୟନ୍ତ ହିତାଧିକାରୀ କାରୀଙ୍କୁ ମିଳିଥିବା ପଖାପଖି ୭୭୦ ଆବାସଗୃହ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ସମସ୍ତ ହିତାଧି କାରୀଙ୍କ ଘରକୁ ଘର ଯାଇ ଘରକୁ ସମ୍ପୂର୍ଣ କରିବାକୁ ନିର୍ଦେଶ କରିବା ସହିତ ସେମାଙ୍କୁ ନୋଟିସ ଜାରି କରି ତାଗିତ କରିଛନ୍ତି l

ସେହିଭଳି ବର୍ତମାନର ଅନ୍ତଦ୍ବୟ ଯୋଜନାର ଗୃହ ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରି ଗୃହ ନିର୍ମାଣ ଯିଏ ଯେତେ ଶୀଘ୍ର ସମାପ୍ତ କରିବ ସେତେଶୀଘ୍ର ତାକୁ ଟଙ୍କା ଦିଆଯିବ ବୋଲି ଉତ୍ସାହିତ କରିଛନ୍ତି l ହେଲେ ଆଜକୁ ୩ ଦିନ ହେଲା ପଞ୍ଚାୟତ ପରିକ୍ରମା ଅଭିଯାନ ଆରମ୍ଭ କରିଥିବାବେଳେ ଶୁକ୍ରବାର ଦିନ ଦିନ ଅରାପାଜୁ ପଞ୍ଚାୟତର ବିଭିନ୍ନ ଗ୍ରାମର ଆବାସ ଯୋଜନା ଗୃହ ପରିଦର୍ଶନ କରି ଶନିବାର ଦିନ ଦୁତିମେଣ୍ଡି ପଞ୍ଚାୟତ ଓ ରବିବାର ଦିନ ଖଜୁରୀପଡ଼ା ପଞ୍ଚାୟତ ଗୁଡ଼ିକର ଗୃହ ପରିଦର୍ଶନ କରିଛନ୍ତି l ଏହିଭଳି ବ୍ଲକରେ ଥିବା ୧୪ ଟି ଯାକ ପଞ୍ଚାୟତକୁ ପରିକ୍ରମା କରି ସମସ୍ତ ଆବାସ ଯୋଜନା ଗୃହକୁ ପରିଦର୍ଶନ କରି କରିବା ସହିତ ସରକାରଙ୍କ ବିଭିନ୍ନ ଉନୟନ ମୂଳକ ମହୋତ୍ୱପୂର୍ଣ୍ଣ ଯୋଜନାର ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ଦେଖିବେ ତାର ସଫଳ ରୂପାୟନ ପାଇଁ ବିଭାଗୀୟ କର୍ମଚାରିଙ୍କୁ ନିର୍ଦେଶ ଦେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ବିଡିଓ ଶୁଭ ଦତ୍ତାତ୍ରେୟ ବାହିନୀପତି l ତାଙ୍କର ଏହି ପଞ୍ଚାୟତ ପରିକ୍ରମରେ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ହୋଇ ଉଠିବା ଶୁଣିବାକୁ ମିଳିଛି l
