ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ
ରାଷ୍ଟ୍ରୀୟ ଲୋକ ଅଦାଲତରେ ସମୁଦାୟ ୩୮୪୩୬ ଗୋଟି ମାମଲାର ଫଇସଲା ୨୪,୯୦,୧୧,୯୩୮ ଟଙ୍କାର ଜରିମାନା/ ସେଟେଲମେଣ୍ଟ ନିର୍ଦ୍ଧାରିତଭୁବନେଶ୍ୱର – ୧୧/୦୫/୨୦୨୪ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଜଜ୍-ତଥା-ଆଇନସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ଶ୍ରୀ ନିଶିଥ୍ ନିଶାଙ୍କଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଆଇନ୍ ସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷ ନିଶିଥ୍ ନିଶାଙ୍କ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂ ଉକ୍ତ ଲୋକ ଅଦାଲତକୁ ପରିଚାଳନା କରିଥିଲେ । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ବର୍ଗରୁ ୫୫୯୫୦ ଗୋଟି ମାମଲା ଅଦାଲତରେ ଆଗତ କରାଯାଇ ସର୍ବମୋଟ ୩୮,୪୩୬ ଗୋଟି ମାମଲାର ଆପୋଷ ସମାଧାନ ମାଧ୍ୟମରେ ମାମଲା ଗୁଡିକର ଫଇସଲା ବିଭାଗୀୟ କୋର୍ଟ ମାନଙ୍କରେ ହୋଇଥିଲା । ସର୍ବମୋଟ ୨୪,୯୦,୧୧,୯୩୮ ଜରିମାନା/ ସେଟେଲ୍ମେଣ୍ଟ ରାଶି ସ୍ଥିରୀକୃତ ହୋଇଥିଲା । ତନ୍ମଧ୍ୟରୁ ୧୪୩୫ ଗୋଟି ଫୌଜଦାରୀ ସାଲିସ୍ଯୋଗ୍ୟ ମାମଲା, ୫୨୭ ଗୋଟି ଚେକ୍ ବାଉନ୍ସ, ୨୮ ଗୋଟି ଗାଡ଼ିମୋଟର ଦୁର୍ଘଟଣା ମାମଲା, ୨୦୫ ଗୋଟି ବ୍ୟାଙ୍କ ଋଣ, ୮୭ ଗୋଟି ବୈବାହିକ (ଛାଡ଼ପତ୍ର ବ୍ୟତୀତ), ୧୪୫ ଗୋଟି ଦେୱାନି, ୩୫୭୧୬ ଗୋଟି ରାଜସ୍ୱ ମାମଲା ଏବଂ ଅନ୍ୟାନ୍ୟ ଜନଉପଯୋଗ ୨୯୩ ମାମଲା ଆଦି ସମସ୍ତ ମାମଲାର ଫଇସଲା ହୋଇଥିଲା । ଉକ୍ତ ଲୋକ ଅଦାଲତର ସାମୂହିକ ସଫଳତା ପାଇଁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ନିଶିଥ୍ ନିଶାଙ୍କ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ, ଆଞ୍ଚଳିକ ବ୍ୟାଙ୍କ ପଦାଧିକାରୀ, ଟେଲିକମ୍ ଅଧିକାରୀ, ଆଇନଜୀବୀ, ପ୍ରତିପକ୍ଷ ଓକିଲ ଏବଂ କୋର୍ଟ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ଚଳିତ ବର୍ଷର ତୃତୀୟ ଲୋକ ଅଦାଲତ ତା. ୧୪/୦୯/୨୦୨୪ରିଖ ପ୍ରତି ଆଗୁଆ ପ୍ରସ୍ତୁତି ପାଇଁ ପରାମର୍ଶ ଦେବା ସହ ଏହାର ସଫଳତା ଆପଣାଇବାକୁ ପକ୍ଷମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନି ସିଂ ସହାୟତା କରିବା ସହ ଆଇନସେବା ପ୍ରାଧିକରଣଙ୍କ ଉକ୍ତ ଲୋକ ଅଦାଲତରେ ସହାୟତା କରିଥିବା ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ପ୍ରଦାନ କରିଥିଲେ ।
