ଖୋର୍ଦ୍ଧା ମହୋତ୍ସବ ପଞ୍ଚମ ସନ୍ଧ୍ୟା ସାଧାରଣ ସଭା ଅନୁଷ୍ଠିତ
ଖୋର୍ଦ୍ଧା ମହୋତ୍ସବ ପଞ୍ଚମ ସନ୍ଧ୍ୟା ସାଧାରଣ ସଭା ଅନୁଷ୍ଠିତ , ଖୋର୍ଦ୍ଧା ପ୍ରଥମ ପାଇକ ବିଦ୍ରୋହ ଓଡ଼ିଶାକୁ ଗୌରବାନ୍ୟୁତ କରେ, ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ l ଖୋର୍ଦ୍ଧା ତା 20.12.2025ରିଖ: ଆଜି ଖୋର୍ଦ୍ଧା ମହୋତ୍ସବର ପଞ୍ଚମ ସନ୍ଧ୍ୟା ରେ ଓଡ଼ିଶାର ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନିଜ ଅଭିଭାଷଣ ରେ ଖୋର୍ଦ୍ଧା ବୀର ପାଇକ ମାଟି ପ୍ରଥମ ପାଇକ ବିଦ୍ରୋହ ଓଡ଼ିଶାକୁ ଗୌରବା ନ୍ୟୁତ କରେ ବୋଲି ପ୍ରକାଶ କରି ଖୋର୍ଦ୍ଧା ମହୋତ୍ସବ ଐତିହ୍ୟ, କଳା, ସଂସ୍କୃତିର ମଞ୍ଚ ଏବଂ ଆମର ଅସ୍ମିତା ଲୋକ କଳା ଓ ଲୋକ ବାଦ୍ୟ ବିକାଶର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ କୁ ଦିଗ ଦର୍ଶନ ଦେବ ବୋଲି ଉଦବୋଧନ ଦେଇଥିଲେ l ମହୋତ୍ସବ କମିଟି ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ବେଗୁନିଆ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ମାନ୍ୟବର ବିଧାୟକ, ଜଟଣୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବ୍ତରାୟ, ମାନ୍ୟବର ବିଧାୟକ, ଭୁବନେଶ୍ୱର ମଧ୍ୟମ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବନଖଣ୍ଡ ଅଧିକାରୀ, ଖୋର୍ଦ୍ଧା, ଲାଦେ ଗଜାନନ ଦୟାନନ୍ଦ, ତହସିଲଦାର, ଖୋର୍ଦ୍ଧା, ବିଭାଷ ପାଣିଗ୍ରାହୀ, ହାଇଟେକ୍ ଭେଷଜ ଚିକିତ୍ସାଳୟର , ଦନ୍ତଚିକିତ୍ସଜ୍ଞ ଡାକ୍ତର ଅନୁରାଧା

ପାଣିଗ୍ରାହୀ ନିଜ ନିଜ ବକ୍ତବ୍ୟରେ ଖୋର୍ଦ୍ଧାର ଗରିମା ମୟ ଇତିହାସ ସହ ଓଡ଼ିଶାର ଐତିହ୍ୟ ପରମ୍ପରା , ସଭ୍ୟତା ଓ ମହୋତ୍ସବ ବିକାଶର ନୂତନ ଖୋର୍ଦ୍ଧା ଏବଂ ଓଡ଼ିଶା ଗଠନକୁ ସମୃଦ୍ଧ କରିବ ବୋଲି ପ୍ରକାଶ କରିଥିଲେ l ମହୋତ୍ସବ କମିଟି ମୁଖ୍ୟ ଉପଦେଷ୍ଟା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ଉନ୍ନୟନ ଶିକ୍ଷା ଯୋଜନା , ଗମନାଗମନ ଓ ଐତିହ୍ୟ ସଂସ୍କୃତି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ଉଲ୍ଲେଖ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ମଞ୍ଚ ଉପସ୍ଥାପନାରେ ଶ୍ରୀକାନ୍ତ ନାୟକ ସମ୍ପାଦନ କରିଥିଲେ l ମୁଖ୍ୟ ଅତିଥି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ସମସ୍ତ ସମ୍ମାନିତ ଅତିଥି ଙ୍କୁ ପଗଡ଼ି, ମହୋତ୍ସବ ସ୍ମୁତି ଫଳକ, ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଡିଭାଇନ୍ ଡ୍ୟାନ୍ସ ଗ୍ରୁପ ସହ ଅନେକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ, ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କମ ଦ୍ଵାରା ଆକର୍ଷଣୀୟ ମନମୁଗ୍ଧ କର ସାଂସ୍କୃତିକ ପାରମ୍ପାରିକ ଓ ସମ୍ୟକ ଆଧୁନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
