ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ l
ଖୋର୍ଦ୍ଧା-13/7- ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା l ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା l ଜ଼ିଲ୍ଲା ପ୍ରେସ କ୍ଲବ ର ପ୍ରଥମ ବାର୍ଷିକ ଉତ୍ସବ ଯେପରି ଯାକଜକମ ରେ ପାଳନ କରାଯିବ ସେଥିନିମନ୍ତେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ଏଥିନିମନ୍ତେ ଜ଼ିଲ୍ଲା ପ୍ରେସ କ୍ଲବ ର ସଦସ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯିବା ସହିତ, ଜ଼ିଲ୍ଲା ପ୍ରେସ କ୍ଲବ ର ଏକ ମୁଖପତ୍ର ପ୍ରକାଶ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା l ଜ଼ିଲ୍ଲା ପ୍ରେସ କ୍ଲବ ର ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ପ୍ରକାଶ କୁମାର ହାତୀ, ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ପ୍ରବୀଣ ଭଞ୍ଜ, ରଞ୍ଜିତ ସାମନ୍ତରାୟ, ବିଜୟ ବାହୁବଳେନ୍ଦ୍ର, ସେକ. ଅର୍ଶlଦୁଲ ହକ, କୃଷ୍ଣ ଚନ୍ଦ୍ର ଦାଶ, କେଦାର ନାଥ ସାହୁ, ରାମ ଚନ୍ଦ୍ର ଜୁଝାରସିଂ, ଜିତେନ୍ଦ୍ର ଭଞ୍ଜ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ, ଗୋପାଳ କୃଷ୍ଣ ଦାସ, ସଞ୍ଜୟ କର,ମହମ୍ମଦ ମୋତାହାର ଯୁସୁଫ, ସୟଦ ଅନସର ଅଲ୍ଲୀ,ଇକବାଲ ଅହମ୍ମଦ, ଲଳିତ ମୋହନ ମହାପାତ୍ର, ରାମ ନାରାୟଣ ଦାଶ, ସନ୍ଦୀପ ବର୍ମନ, ସେକ ଅବ୍ରାଉଲ ହକ, ସୟଦ ଲିୟାକତ ଅଲ୍ଲୀ, ମହମ୍ମଦ କୁତୁବୁଦ୍ଦିନ ଖାନ, ଶୁଭକାନ୍ତ ମହାପାତ୍ର, ରଞ୍ଜିତ ପାଟଶାଣୀ, ନିବାସ ମହାରଣା, ତପନ କୁମାର ନାୟକ,ରାଜୀବ ମହାପାତ୍ର,ପ୍ରକାଶ ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *