ବାର ବର୍ଷ ପରେ ଘରକୁ ଫେରିଛି ଖୁସି

ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ବର୍ଷ ପୂର୍ବେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ ସେ I ସେଇ ସମୟ ଆସିବା ପରେ ଏବେ ଗାଁ ରେ ଖୁସିର ମାହୋଲ Iପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନଥିଲେ l କିନ୍ତୁ ଦୀର୍ଘ ୧୩ବର୍ଷ ପରେ ଘରକୁ ଫେରିଛି ନିଖୋଜ ପୁଅ ଗଜେନ୍ଦ୍ର l ମା କୋଳକୁ ଫେରିଛି ପୁଅ Iମାସେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୧୩ ବର୍ଷ ପରେ ଘରକୁ ଫେରିଛି ହଜିଲା ପୁଅ,୧୩ବର୍ଷ ପୂର୍ବେ କାହାକୁ କିଛି ନଜଣାଇ କେଉଁଆଡ଼େ ଚାଲି ଯାଇଥିଲେ ବନ୍ତ ଥାନା ତରାପୁର ଗାଁର ବାସୁଦେବ ଯେନାଙ୍କ ରୋଜଗାରିଆ ପୁଅ ଗଜେନ୍ଦ୍ର l ପୁଅ ଫେରିବା ପରେ ଗାଁରେ ଉତ୍ସବର ମାହୋଲ l ଖୁସିରେ ଆତ୍ମହରା ବାପା,ମାଙ୍କ ସହ ସାହିପଡ଼ିଶା l ତରାପୁର ଗାଁର ବାସୁଦେବ ଯେନାଙ୍କ ପୁଅ ଗଜେନ୍ଦ୍ର ଗତ ୧୩ବର୍ଷ ପୂର୍ବେ କୌଣସି କାରଣରୁ ନିଜ ଗୃହକୁ ଛାଡ଼ି କେଉଁ ସ୍ଥାନକୁ ପଳାଇ ଯାଇଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଶେଷରେ ଗଜେନ୍ଦ୍ରଙ୍କର କୌଣସି ସନ୍ଧାନ ନପାଇ ବନ୍ତ ଥାନାରେ ଏତଲା ଦେଇଥିଲେ l ମାତ୍ର ସେହିଦିନ ଠାରୁ ପରିବାର ଲୋକେ ଗଜେନ୍ଦ୍ରଙ୍କୁ ଫେରିବା ବାଟକୁ ଚାହିଁ ଦୁଃଖରେ କାଳତିପାତ କରୁଥିଲେ ଲ ହଜିଲା ପୁଅ ଘରକୁ ଫେରିବା ପରେ ଗାଁରେ ସୃଷ୍ଟି ହୋଇଛି ଭାବବିହୋଳ ପରିବେଶ l ପୁଅକୁ ପାଇ ବାପା,ମାଆ ଓ ପରିବାରର ଖୁସି କହିଲେ ନସରେ lତେବେ ଗଜେନ୍ଦ୍ର ବରହମପୁରରେ କିଛି ଦିନ ରହିବା ପରେ ଚେନ୍ନାଇରେ ଏକ କଂପାନୀରେ କାର୍ଯ୍ୟ କରିବା ପାଇଁ ଯାଇ ସେଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ ସେଠାରେ କୌଣସି ଟଙ୍କା ମାଲିକଙ୍କ ଠାରୁ ପାଇ ନଥିବା ବେଳେ ପିତା ମାତାଙ୍କ କଥା ମନେପଡ଼ିବାରୁ ସେ ଗ୍ରାମକୁ ଫେରିଥିବା କହିଛନ୍ତି l ଆଜି ବନ୍ତ ବଜାରରେ ସେ ପହଞ୍ଚିବା ପରେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଚିହ୍ନି ତାଙ୍କୁ ଗୃହକୁ ନେଇ ଆସିଥିଲେ ଆଉ ଅଫେରା ପୁତ୍ରକୁ ପାଇ ପିତା ମାତା ଓ ପରିବାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ଯାଇଥିଲା ବେଳେ ଏହି ଖବର ପାଇ ଘରକୁ ଫେରିଥିବା ଗଜେନ୍ଦ୍ରଙ୍କ ନିକଟରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁଜାତା ଯେନା

Report:= punil kumar samanta

Leave a Reply

Your email address will not be published. Required fields are marked *