କିଡ଼ି କିଡ୍ସ ପ୍ରିମିୟମ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଯାଜପୁର ବ୍ୟାସନଗର ଚୋରଦା ସ୍ଥିତ କିଡ଼ି କିଡ୍ସ ପ୍ରିମିୟମ ସ୍କୁଲର ପ୍ରିନ୍ସପାଲ ମାନସ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ୧୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଉତ୍ସବ ପ୍ୟାଲେସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଏନସିସି ବିଭାଗର କର୍ଣ୍ଣଲ ସତ୍ୟବ୍ରତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ବିକାଶ ପାଇଁ ଅଭିଭାବକ ଓ ଅଭିଭାବିକା କିଭଳି ଯତ୍ନବାନ ହେବା ଦରକାର ନିଜର ବକ୍ତବ୍ୟ ରେ କହିଥିଲେ l ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଡ଼ ଏସ.ପି. ଓଟା ଯୋଗ ଦେଇଥିଲେ l ଏହି ବାର୍ଷିକ ଉତ୍ସବରେ ସ୍କୁଲରେ କ୍ରୀଡା, ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ l ପରେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆକର୍ଷଣୀୟ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ତେବେ ଏହି ଉତ୍ସବକୁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *