କିଡ୍ସ ଭିଲ୍ଲେ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ପାଳିତ

କିଡ୍ସ ଭିଲ୍ଲେ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ପାଳିତ l ଭୁବନେଶ୍ୱର:୧୬:୦୨()ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଠାରେ କିଡ୍ସ ଭିଲ୍ଲେ ପବ୍ଲିକ ସ୍କୁଲର ୮ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କିଡ୍ସ ଭିଲ୍ଲେ ପବ୍ଲିକ ସ୍କୁଲର ସଭାପତି ହିମାଂଶୁ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇଏଏସ ସହଦେବ ସାହୁ,ମୁଖ୍ୟ ବକ୍ତା ଭାବେ ନାଇଜର କୁଳ ସଚିବ ଡ.ଅଭୟ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ସାହୁ ଏବଂ ସ୍କୁଲର ଅଧ୍ୟକ୍ଷା ସୁଚିଶ୍ମିତା ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମସ୍ତ ଅତିଥି ମାନେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା ଦ୍ଵାରା କିପରି ନୈତିକ ଓ ସାମାଜିକ ବିକାଶ ହୋଇପାରିବ ତା ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ l ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ପରିଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *