ସ୍ତ୍ରୀ କୁ ମାରି ସ୍ବାମୀ ଫେରାର ଝିଅ ପରିବାର ଲୋକେ ଆଣିଲେ ଅଭିଯୋଗ

ସ୍ତ୍ରୀ କୁ ମାରି ସ୍ବାମୀ ଫେରାରଝିଅ ପରିବାର ଲୋକେ ଆଣିଲେ ଅଭିଯୋଗ।-ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ବାଲିମୀ ଥାନା ଅନ୍ତର୍ଗତ ଦୁଦୁରକୋଟ ପଞ୍ଚାୟତର ବାଘୁଆ ସାହି ଗ୍ରାମର ପ୍ରତାପ ସାମଲ ପାରିବାରିକ ନିର୍ଯାତନା ଦେଇ ନିଜ ସ୍ତ୍ରୀ କୁ ଏକ ରଡ଼ରେ ମାରିଦେଇ ଫେରାର ଅଛନ୍ତି lଗତକାଲି ରାତିରେ ସମସ୍ତେ ଶୋଇ ସରିଲା ପରେ ପ୍ରତାପ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଇଛି !ଉକ୍ତ ଘଟଣା ର ଖବର ପାଇ ବାଲିମୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲ କୁ ସ୍ଥାନାନ୍ତରିତ କରାଇଛନ୍ତି। ଏବଂ ମୃତକଙ୍କସ୍ବାମୀ ପ୍ରତାପ ସାମଲ କୁ ପୋଲିସ ଖୋଜାଖୋଜି କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Prakash Kumar Patra reporter

Leave a Reply

Your email address will not be published. Required fields are marked *