ନୟାଗଡ ଜିଲ୍ଲାରେ କିନ୍ନର ମାନଙ୍କର ଦକ୍ଷତା ବୃଦ୍ଧି


ଗଣିଆ ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି କାର୍ଯ୍ୟାଳୟ ଘଡୁଆଲ ତାଲିମ ଗୃହରେ ଗତ ୨ ଦିନ ଧରି ଜିଲ୍ଲାର ୨୫ ଜଣ କିନ୍ନର ମାନଙ୍କୁ ନେଇ “ବ୍ୟକ୍ତିତ୍ୱର ବିକାଶ “ସମ୍ପର୍କୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି । ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିନର ମାନଙ୍କର ସାମଗ୍ରୀକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ,ଗଣିଆ ଉନୟନ କମିଟି ଦ୍ୱାରା ପରିଚାଳିତ ସ୍ୱୀକୃତି ପ୍ରକଳ୍ପ ମାଧ୍ୟମରେ କିନ୍ନର ମାନଙ୍କୁ ଚିନ୍ହଟ କରିବା ସେମାନଙ୍କର ଆଧାରକାର୍ଡ ସଂଶୋଧନ କରିବା ସେମାନଙ୍କୁ ସ୍ୱତନ୍ତ ପରିଚୟ ପ୍ରଦାନ କରିବା, କିନ୍ନର ମାନଙ୍କୁ ନେଇ ସ୍ୱୟଂସହାୟକ ଗୋଷ୍ଠି ଗଠନ କରିବା, ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇବା ବିଶେଷ କରି କିନ୍ନର ମାନେ କିପରି ଆତ୍ମସମ୍ମାନର ସହିତ ବଞ୍ଚିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ଗଣିଆ ଉନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ। ତାଲିମରେ କିନ୍ନର ମାନଙ୍କର ବ୍ୟକ୍ତିତ୍ୱର ବିକାଶ କିପରି ହେବ ତାଙ୍କର ଭାବନରେ ପରିବର୍ତନ କିପରି ହେବ ସେମାନଙ୍କର ଦକ୍ଷତା ଜ୍ଞାନ ଏବଂ ମନଭାବର ବିକାଶ କିପରି ହେବ ସେମାନଙ୍କର ପରସ୍ପର ଭିତରେ ବୁଝାମଣା କିପରି ରହିବ, ଯୋଗାଯୋଗ କିପରି ରହିବ, ନେତୃତ୍ୱର ବିକାଶ କିପରି ହେବ, ସେମାନ ସଂଗଠିତ ହୋଇ କିନ୍ନର ମାନଙ୍କର ସଂଗଠନ କିପରି କରିବେ, ସ୍ୱୟଂସହାୟକ ଗୋଷ୍ଠି ଗଠନ, ବ୍ୟାଙ୍କ ଲିଂକେଜ ଗୋଷ୍ଠି ପରିଚାଳନା ଆଦି ସମ୍ପର୍କରେ ବୁଝାଇଥିଲେ। ପ୍ରକଳ୍ପ ସଂଯୋଜିକା ରାଜସ୍ମିତା କର ଧନ୍ୟବାଦ ଅର୍ପଣ କରିଥିଲେ।
କିନ୍ନର ପ୍ରିୟଙ୍କା ମହାରଣା, ଲିନା ସିଏ, ଗୁରୁମା ଚୁମୁକି, ନଦିନୀ ପରିଡା, ପଞ୍ଚୁମହାରଣା ଅନ୍ୟକିନର ମାନେ ଉପସ୍ଥିତ ଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *