କିଷାନ ନୋଡାଲରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ ପାଳିତ
କଣାସ,ତା ୪/୪ କିଷାନ ନୋଡାଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏ ଖଡିଛୁଆଁ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଘରକୁ ଘର ବୁଲି ମୁଖମନ୍ତ୍ରୀ ଙ୍କ ନିମନ୍ତ୍ରଣ ଦେବା ସହ ନାମ ଲେଖାରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ପିତାମାତାମାନେ ଏପର୍ବରେ ଯୋଗଦେବା ସହ ନାମ ଲେଖାଇ ଥିଲେ। ଏଥିରେ ଅଙ୍ଗନବାଡି କର୍ମମାନେ ଯୋଗଦେଇଥିଲେ। ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ପୁରାତନ ଛାତ୍ରଛାତ୍ରୀମାନେ ସ୍ବାଗତ କରିଥିଲେ। ସୁସଜ୍ଜିତ ଏଫ୍ ଏଲ ଏନ ଗୃହରେ ସେମାନଙ୍କ ପାଇଁ ଖଡିଛୁଆଁ ପର୍ବର ଆୟୋଜନ ହେଇଥିଲା। ଏଥିରେ ଶିକ୍ଷୟିତ୍ରୀ ମମତା ମୁର୍ମୁ,ଚାରୁଲତା ଦେଈ ଓ ଶିଷକ ସିଦ୍ଧେଶ୍ଵର ବେହେରା ସକ୍ରିୟ ଅଂଶଗ୍ରହଣ କରୁଥିବା ବେଳେ ମୁଖମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପର୍ବ ପିଲାମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବ ବୋଲି ଅନେକ ମତବ୍ୟକ୍ତ କରିଥିଲେ।
