କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମକଣାସ,ତା ୨/୪, କଣାସ ବ୍ଲକର ଗର୍ବ ଓ ଗୌରବ ତଥା ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ପିଲାଙ୍କ ଅଭିଭାବକଙ୍କୁ ମୂଖ୍ଯ ମନ୍ତ୍ରୀ ଙ୍କ ନିମନ୍ତ୍ରଣ କାର୍ଡ଼ ପୂର୍ବରୁ ବଣ୍ଟନ କରାଯାଇ ଥିଲା। ନାମ ଲେଖା କୁ ବ୍ୟାପକ ଓ ଶତପ୍ରତିଶତ କରିବା ପାଇଁ ଶିକ୍ଷକ ମାନେ ଘରଘର ବୁଲି ସଚେକନ କରିଥିଲେ। ସରକାରୀ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଓ ସ୍ଥାୟିତ୍ୱ ସଂର୍ପକରେ ଲୋକମାନଙ୍କୁ ବୁଝାଇଥିଲେ। ପ୍ରଥମ ଦିନରେ ୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଥିବା ବେଳେ ଅନ୍ୟ ମାନଙ୍କୁ ବିଦ୍ୟାଳୟ କୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ,ସହକାରୀ ଶିକ୍ଷକ ସିଦ୍ଧେଶ୍ବର ବେହେରା ଚାରୁଲତା ଦେଈ ଓ ମମତା ମୁର୍ମୁଙ୍କ ପ୍ରବେଶ ଉତ୍ସବକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି। ପ୍ରକାଶ ଥାଉକି ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ଗତ ସପ୍ତାହରେ ତେଲେଙ୍ଗାନାର ଡକ୍ଟର ଏମ୍.ସି.ଆର. ଏଚ୍.ଆର୍ .ଡି. ପ୍ରତିଷ୍ଠାନ ରେ ଜାତୀୟ ଶିକ୍ଷା ନୀତି ୨୦ ଆଧାରିତ ପ୍ରଫେସନାଲ ଡେଭେଲପମେଣ୍ଟ ତାଲିମ ନେଇ ଫେରିଛନ୍ତି। ବିଦ୍ୟାଳୟର ବିକାଶ ତାଙ୍କ ଠାରୁ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *