କିଶୋର ପ୍ରସାଦ ପ୍ରିମିୟର ଲିଗ୍ ପାଇଁ ମାଲିକ ଚୟନ ପ୍ରକିୟା ଆରମ୍ଭ
କିଶୋର ପ୍ରସାଦ ପ୍ରିମିୟର ଲିଗ୍ ପାଇଁ ମାଲିକ ଚୟନ ପ୍ରକିୟା ଆରମ୍ଭ
ଗଣିଆ-ଗଣିଆ ବ୍ଳକ କିଶୋର ପ୍ରସାଦ ଖେଳପଡିଆରେ କିଶୋର ପ୍ରସାଦ ପ୍ରିମିୟର ଲିଗ୍ ୫ମ ସଂସ୍କରଣ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗତ ୪ଟି ସଂସ୍କରଣ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଆହୁରି ଅଧିକ ଆକର୍ଷଣ କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା । ବିଜେତା ଦଳକୁ ୩୦ ହଜାର ଟଙ୍କା ଏବଂ ରନର୍ସଅପ୍ ଦଳକୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିଲା । ଏହି ଲିଗରେ ଭାଗ ନେବାକୁ ଥିବା ୮ଟି ଦଳର ମାଲିକ ମାନେ ଏକତ୍ରିତ ହୋଇଥିବା ବେଳେ ସେମାନଙ୍କୁ ଖେଳ ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ନୀତିନିୟମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ମାଲିକ ମାନଙ୍କୁ ଏକ ଫର୍ମ ଦିଆଯାଇଥିବା ବେଳେ ସେମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ଫର୍ମ ପୂରଣ କରିବା ସହିତ ଯେଉଁ ଖେଳାଳୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଇଛୁକ ସେମାନେ ଆସନ୍ତା ଏପ୍ରିଲ ମାସ ୧୫ ତାରିଖ ସୁଦ୍ଧା ନିଜର ଆଧାର କାର୍ଡ ସହିତ ଫର୍ମ ପୂରଣ କରି ଖେଳ ପରିଚାଳନା କମିଟିକୁ ହସ୍ତାନ୍ତର କରିବେ । ଏପ୍ରିଲ୍ ୨୦ ତାରିଖରେ ଖେଳାଳୀ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଖେଳ ସମୟରେ ପଡିଆରେ ମାଦକଦ୍ରବ୍ୟ କିମ୍ବା ନିଶା ସେବନ କରି ଖେଳିଲେ ସେମାନଙ୍କ ପ୍ରତି ମ୍ୟାନେଜମେଣ୍ଟ ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି କମିଟିର ନବକିଶୋର ସେନାପତି ପ୍ରକାଶ କରିଛନ୍ତି । ଶୁଶାନ୍ତ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ବବୁଲ କୁମାର ପୃଷ୍ଟି ଓ କଲିମ୍ ଉଦିନ ଖାଁ ପରିଚାଳନା କରିଥିଲେ। ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
