ପିଙ୍କୁ ମେମୋରିଆଲ ଟ୍ରଫି ପୁରୀ କୁ ହରାଇ କିଟୁ ୧୧ ଚମ୍ପିୟାନ
କୋଣାର୍କ – କୋଣାର୍କ ନିକଟସ୍ଥ କୁଞ୍ଜ କାଇମାଟି ଖେଳ ପଡିଆରେ ପିଙ୍କୁ ମେମୋରିଆଲ ଟେନିସ ବଲ କ୍ରିକେଟ୍ ଟ୍ରଫି ୨୦୨୬ ଉଦଯାପନୀ ହୋଇଯାଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପୁରୀ ଦଳକୁ ୩ ୱିକେଟରେ ହରାଇ କୁରୁଜଙ୍ଗ କିଟୁ ୧୧ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରି ପୁରୀ ନିର୍ଦ୍ଧାରିତ ୧୩ ଓଭରରେ ୧୦୨ ରନ୍ କରିଥିଲା। ଜବାବରେ ୭ ୱିକେଟ୍ ହରାଇ ଶେଷ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି କୁରୁଜଙ୍ଗ କିଟୁ ୧୧ ବିଜୟୀ ହୋଇଥିଲା। ବିକୁନି ମ୍ୟାନ ଅଫ ମ୍ୟାଚ ହୋଇଥିବା ବେଳେ ପୁଅ ସିରିଜ ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଥିଲେ। ବିଜେତା ଓ ଉପ ବିଜେତା ଦଳକୁ ବିଶାଳ ଟ୍ରଫି ସହ ନଗଦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କୋଣାର୍କର ଯୁବ ବ୍ୟବସାୟୀ ତଥା ସଂଗଠକ ମନୋଜ ନାୟକ ଓ ବିଜେପି ଯୁବନେତା ରାକେଶ ବିଶ୍ଵାଳ ପ୍ରମୁଖଙ୍କ ସହ ଅନ୍ୟମାନେ ଯୋଗ ଦେଇ କ୍ରୀଡାବିତ୍ ଓ ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମିଟୁ ପାଇଟାଳ ଟୁର୍ଣ୍ଣାମେଣ୍ଟର ମୂଖ୍ୟ ପରିଚାଳକ ଭାବେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ। ଫାଇନାଲ ଖେଳ ଦେଖିବାକୁ ୫୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କ ସମେତ ପ୍ରାୟ ୨ ହଜାର ଲୋକ ସମାଗମ ହୋଇଥିଲେ।
