କଳିଙ୍ଗ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ୨୦୨୫ ଅନୁଷ୍ଠିତ l

ଗୋପ୧୬/୦୨/୨୫/ ରାଜ୍ୟରେ ଶିକ୍ଷା ବ୍ୟବସ୍ତା କୁ ନେଇ ସମସ୍ତ ଅବିଭାବକମେନେ ଚିନ୍ତାରେ ଥିବା ସମୟରେ ନୂତନ ସରକାର ଶିକ୍ଷଣୀତି ୨୦୨୦-୨୧ ଲାଗୁ କରିବାକୁ ଯାଉଛନ୍ତି ଆସନ୍ତା ଶିକ୍ଷା ବର୍ଷଠାରୁ l ପୂର୍ବରୁ ଯେଉଁ ପଦ୍ଦତି ଅନୁଯାଇ ଓଡିଶା ରେ ଶିକ୍ଷା ପ୍ରଣୟନ ହେଉଥିଲା ସେଥିରେ ଲାଗିବ ବ୍ରେକ l ଆଗାମୀ ଶିକ୍ଷା ବର୍ଷରେ ନୂତନ ଶିକ୍ଷାନୀତି ଲାଗୁ ହେଲେ ରାଜ୍ୟରେ ଓଡ଼ିଆ ମିଡିୟମ ରେ ଅଧୟନ କରୁଥିବା ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ର ଛାତ୍ର ଛାତ୍ରୀଙ୍କ ସମସ୍ୟା ହୋଇପାରେ କୀ ନାହିଁ ତାହା ଚିନ୍ତନ କରିବାର ଅଛି l ଆଉ ଆଗକୁ ଶିକ୍ଷା କୁ ନେଇ ବ୍ୟବସାୟୀ ନ ହେଉ ବୋଲି କହିଥିଲେ କଳିଙ୍ଗ ପବ୍ଲିକ ସ୍କୁଲ ର ଅଧକ୍ଷ ପୁନେଶ କୁମାର ସେନାପତି l ଗୋପ ବ୍ଲକ ର ସର୍ବପୁରାତନ ଇଂଲିଶ ମିଡିୟମ ସ୍କୁଲ ଟି ହେଉଛି କଳିଙ୍ଗ ପବ୍ଲିକ ସ୍କୁଲ ସ୍ଥାପିତ ହୋଇଥିଲା l ଗତ କାଲି ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ୨୭ ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ୨୦୨୫ l ଏହି ଉତ୍ସବ ରେ ସଭାପତିତ୍ୱ କରିଥିଲେ ସ୍କୁଲ ଅଧକ୍ଷ ଶ୍ରୀଯୁକ୍ତ ସେନାପତି l ମୁଖ୍ୟ ଅତିଥି ଭାବେ ଗୋପ ଅଞ୍ଚଳ ର ବରିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ରନାଥ ସିଂ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ସ୍କୁଲ ର ପରିଚାଳନା କମିଟି ର ସଭାପତି ବିଭୁତି ଭୂଷଣ ସେନାପତି, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଟ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ l ଏହି ଉତ୍ସବ ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ମେଡାଲ ଏବଂ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ଶେଷରେ କୁନି କୁନି ପିଲାଙ୍କ ଦ୍ଵାରା ଚିତାକର୍ଷକ ସଂଗୀତ ପରିବେଷଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *