ଓଡ଼ିଶାରେ ସର୍ବବୃହତ୍ ରକ୍ତଦାନ ଶିବିର
ଓଡ଼ିଶାରେ ସର୍ବବୃହତ୍ ରକ୍ତଦାନ ଶିବିର ୧୦୦୦ ୟୁନିଟ୍ ରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ NCC ପିଲା ଓ ସ୍ୱେଛାସେବିଙ୍କୁ ନେଇ ଭଦ୍ରକର ଗେଲପୂର୍ ଠାରେ ଥିବା ନୂତନ ଜିଲ୍ଲା ମହକୁମା ମେଡିକାଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ବିଧାୟକ ସିତ।ନ୍ସୁ ଶେଖର ମହାପାତ୍ର, ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ସୁଧି ରଞ୍ଜନ ନାୟକ,ପ୍ରାକ୍ତନ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ସୁଧାଂଶୁ ଶେଖର ବଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କାନ୍ତ ଦତ୍ତ, NCC Director ସତ୍ୟବ୍ରତ ସ୍ୱାଇଁ, କର୍ଣ୍ଣେଲ ରଘୁବଂଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ମନୋଜ ରାଉତ,ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ।

ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ,ଯାଜପୁର,କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା,ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର NCC ପିଲାମାନେ ଓ ରକ୍ତଦାତା ମାନେ ଏହି ବିଶ୍ଵ ରକ୍ତଦାନ ଦିବସରେ ନିଜର ରକ୍ତ ଦ।ନକରି ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ସୁଯୋଗ ପାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ରୋଟାରୀଆନ୍ ଶ୍ରୀ ଅସିତ୍ ବେହେରା ସଞ୍ଚାଳନ କରିବାରେ ସହାୟତା କରିଥିଲେ ।ପହିଲି ରଜ ଭଳି ମହତ୍ତ୍ଵ ପୂର୍ଣ୍ଣ ଦିବସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲ।ପାଳ ବିଶେଷ ବିଶେଷ ଧନ୍ୟବାଦ କରିଛନ୍ତି।
