କୋକସରା ଅବକାରୀ ଥାନାକୁ ବଡ ସଫଳତା, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
କୋକସରା ଅବକାରୀ ଥାନାକୁ ବଡ ସଫଳତା, ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ
ଭବାନୀପାଟଣା(ନି:ପ୍ର) କୋକସରା ଅବକାରୀ ଥାନା ପକ୍ଷରୁ
ଗୁରୁବାର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଷୀଙ୍କ ନେତୃତ୍ୱରେ ମାଝୀଗୁଡା ଗ୍ରାମର ସନ୍ତୋଷ କୁମାର ଚୌଧୁରୀଙ୍କ ଦୋକାନରେ ଚଢ଼ାଉ କରି ୯ ଲିଟର ର ବିଦେଶୀ ମଦ (ବିୟର) ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ କୁମାର ଚୌଧୁରୀ ଗିରଫ ହୋଇଥିବାବେଳେ ଆମପାଣି ଗ୍ରାମର ସାନୁ ମାଝୀଙ୍କ ଘରୁ ୧୪ ଲିଟର ର ହାତରନ୍ଧା ଦେଶୀ ମଦ ଜବତ ସହ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏଥିରେ ସନ୍ତୋଷ କୁମାର ଚୌଧରିଙ୍କୁ ଜାମିନ ମିଳିଥିବାବେଳେ ସାନୁ ମଝିଙ୍କୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠେଇ ଦିଆଯାଇଛି। ଏହି ଚଢ଼ାଉରେ ଓଆଇସି ଗୁପ୍ତେଶ୍ବର ପଟେଲ ସହିତ ଅବକାରୀ କର୍ମଚାରୀ ସହଯୋଗ କରିଥିଲେ।
