କୋଣାର୍କ ଓ ଗୋପ ବିଭିନ୍ନ ସମସ୍ୟା ନେଇ କାମ କରିବ ଉନ୍ନୟନ ଟ୍ରଷ୍ଟ
କୋଣାର୍କ – ଚନ୍ଦ୍ରଭାଗା ସତ୍ୟ ଗାର୍ଡେନ ପରିସରରେ କୋଣାର୍କ ଗୋପ ଉନ୍ନୟନ ଟ୍ରଷ୍ଟ ପକ୍ଷରୁ ସାଂଗଠନିକ ବୈଠକ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାସ୍କର ସେଠ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରୀପାଠୀ, ହଟସନ୍ ମିଲ୍କ ମୁଁ ସଧାରଣ ପରିଚାଳକ ରବୀନ୍ଦ୍ର ମହାରଣା, ମନୋରଞ୍ଜନ ପରିଡା, ରବୀନ୍ଦ୍ର ବେହେରା ଓ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଯୋଗ ଦେଇଥିବା ସାମ୍ବାଦିକ ଓ ସମାଜ ସେବୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।

କୋଣାର୍କ ଗୋପ ଉନ୍ନୟନ ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ କୋଣାର୍କ ଏନଏସି ଓ ଗୋପ ବ୍ଲକ ଅଞ୍ଚଳରେ ବିଭିନ୍ନ ସମସ୍ୟା ନେଇ କାମ କରିବ। ଲୋକଙ୍କୁ ସହଯୋଗ କରିବା ସହ ଉନ୍ନୟନ ଉପରେ ଧ୍ୟାନ ଦିଆଯିବ ବୋଲି କର୍ମକର୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ଉପ ସଭାପତି ଶିଶିର କାନ୍ତ ବିଶ୍ଵାଳ, ସମ୍ପାଦକ ନଟବର ମହାରଣା, ସହ ସମ୍ପାଦକ ସବିତା ରଥ, କୋଷାଧ୍ୟକ୍ଷ କାମଦେବ ବିଶ୍ବାଳ, କର୍ମକର୍ତ୍ତା ବିଷ୍ଣୁ ଚରଣ ବେହେରା, ବିନାୟକ ସ୍ବାଇଁ, କଲ୍ପନା ଶତପଥି, ସୌଦାମିନୀ ସେଠ୍, ନିରଂଜନ ଜେନା, ଦେବରାଜ ନାୟକ, ପବିତ୍ର ନାୟକ, ବିଜୟ ପାଢ଼ୀ ଓ ବିଚିତ୍ର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
