କେନ୍ଦ୍ରୀୟ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କୋଣାର୍କ ବନ୍ଦ


କୋଣାର୍କ,୦୯.୦୭- ()
– ସର୍ବଭାରତୀୟ କେନ୍ଦ୍ରୀୟ ମିଳିତ ଶ୍ରମିକ ସଂଗଠନ ସମୂହ ପକ୍ଷରୁ ଡ଼ାକରା କ୍ରମେ କୋଣାର୍କରେ ସଫଳତା ସହ ବନ୍ଦ ପାଳନ କରାଯାଇଛି। କୋଣାର୍କ ଉଠା ବ୍ୟବସାୟୀ ସଂଘ ପକ୍ଷରୁ ବଜାର ପରିକ୍ରମା ସହ ସୂର୍ଯ୍ୟ ମନ୍ଦିର ବନ୍ଦ କରାଯାଇଥିଲା। ବିଶିଷ୍ଟ କମ୍ୟୁନିଷ୍ଟ ନେତା ମନୋରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ୍ଦ ଡାକରାରେ ଉଠା ବ୍ୟବସାୟୀ ମାନେ ଯୋଗ ଦେଇଥିଲେ। ସରକାରୀ ବିରୋଧୀ ସ୍ଲୋଗାନ ଦେବା ସହ ବଜାର ପରିକ୍ରମା କରି ସୂର୍ଯ୍ୟ ମନ୍ଦିରରେ ପ୍ରବେଶ କରିଥିଲେ। ସେଠାରେ ଟିକେଟ କାଉଣ୍ଟର ବନ୍ଦ କରିବା ସହ ପ୍ରଵେଶ ଗେଟ୍ ମଧ୍ଯ ବନ୍ଦ କରିଥିଲେ। ଯାହାକୁ ମନ୍ଦିର ପ୍ରଶାସନ ମାନିନେଇ ମନ୍ଦିର ବନ୍ଦ ରଖିଥିଲେ। ଯାହା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ମାନେ ମନ୍ଦିର ଦେଖି ନପାରି ଫେରିଥିଲେ। କୋଣାର୍କରେ ଭାରତ ବନ୍ଦ ଡାକରା ସଫଳତାର ସହ ଅନୁଷ୍ଠିତ ହୋଇଛି। ଉଠା ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମୀଧର ସ୍ବାଇଁ, ସମ୍ପାଦକ ସନ୍ତୋଷ ବେହେରା, ଶ୍ରମିକ ନେତା ବିଜୟ ନାୟକ, ପ୍ରସନ୍ନ ଦାସ, ମାନସ ବେହେରା, ଭାବଗ୍ରାହୀ ମାଝି ପ୍ରମୁଖ ଯୋଗ ଦେଇ ଭାରତ ବନ୍ଦ ଡାକରା ସଫଳତାର ସହ କାର୍ଯ୍ୟକାରୀ କରିଥିଲେ।
Byte 1/2

Leave a Reply

Your email address will not be published. Required fields are marked *