କୋଣାର୍କ କପ ଟି୨୦

କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱର ମୁକ୍ତେଶ୍ଵର କ୍ରିକେଟ କ୍ଳବ୍ କୁ ହରାଇ ପୁରୀ ମହାବୀର ସ୍ପୋଟିଂ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁକ୍ତେଶ୍ଵର ଦଳ ନିର୍ଦ୍ଧାରିତ ୧୮ ଓଭର ମ୍ୟାଚ୍ ରେ ୭ ୱିକେଟ କରାଇ ୧୪୭ ରନ ସଂଗ୍ରହ କରିଥିଲେ । ମୁକ୍ତେଶ୍ଵର ଦଳର ଶ୍ରେୟାଂଶୁ ପଟ୍ଟନାୟକ ସର୍ବାଧିକ ୬୯ ରନ ସଂଗ୍ରହ କରିଥିଲେ । ମହାବୀର ସ୍ପୋର୍ଟିଂର ପଦ୍ମଲୋଚନ ପଣ୍ଡା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ମହାବୀର ସ୍ପୋର୍ଟିଂ ୭ ୱିକେଟ ହରାଇ ୧୭.୧ ଓଭର ଖେଳି ବିଜୟ ଲକ୍ଷ ହାସଲ କରିଥିଲେ । ଅଜୟ ମାଝୀ ସର୍ବାଧିକ ୩୮ ରନ କରିଥିବା ବେଳେ ଚନ୍ଦନ ଜେନା ୭ଟି ବଲରୁ ଦ୍ରୁତ ଅପରାଜିତ ୨୫ ରନ କରି ମୁକ୍ତେଶ୍ଵର ଠାରୁ ମ୍ୟାଚ୍ ଛଡାଇ ନେଇଥିଲେ । ଯାହା ଫଳରେ ଚନ୍ଦନ ଜେନା ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଉଦଘାଟନୀ ସମାରୋହରେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପରାଣୀ ସ୍ୱାଇଁ , କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଏନ୍ଏସି ଉପାଧ୍ୟକ୍ଷ ସୁରେଶ ରାଉତରାୟ, ଡଃ ବିଦୁଭୁଷଣ ନାୟକ ଅତିଥି ଭାବେ ଯୋଗଦେଇ ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଓସିଏ ପ୍ୟାନେଲ ଆମ୍ପେୟାର ଅୟସକାନ୍ତ ମିଶ୍ର ଓ ସତ୍ୟବ୍ରତ ମହାପାତ୍ର ଉଦଘାଟନୀ ମ୍ୟାଚକୁ ପରିଚାଳନା କରିଥିଲେ । ରାଜେନ୍ଦ୍ର ଦଳାଇ ଓ ପ୍ରଦୀପ୍ତ ସିହ୍ନା ସ୍କୋର ବୋର୍ଡ ପରିଚାଳନା କରିଥିଲା ବେଳେ ଜ୍ଞାନ ରଞ୍ଜନ ବିଶ୍ଵାଳ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ପୋର୍ଟସ ଏକାଡେମୀର ସଭାପତି ଚନ୍ଦ୍ରଶେଖର ରାଉତରାୟ, କୋଷାଧକ୍ଷ ଶିଶିର କୁମାର ସେଠ, ସମ୍ପାଦକ ରମାକାନ୍ତ ଖଟୋଇ , ଉପସଭାପତି ରଶ୍ମିରଞ୍ଜନ ବିଶ୍ୱାଳ , ସ୍ଵାଧୀନ ନାୟକ, ରମେଶ ସ୍ୱାଇଁ , ସୁଜିତ୍ ରାଉତରାୟ , ଗିରିଜା ଶଙ୍କର ବେଉରା, ମନୋଜ ନାୟକ, ପ୍ରସନ୍ନ ମହାନ୍ତି, ବିପିନ ପ୍ରଧାନ, ତୁଷାର ସ୍ବାଇଁ, କାର୍ତ୍ତିକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ।

Leave a Reply

Your email address will not be published. Required fields are marked *