କୋଣାର୍କ ଇକୋ ରିଟ୍ରିଟ ଉତ୍ସବ ଉଦଘାଟିତ
କୋଣାର୍କ:-ଉଦଘାଟନ ହୋଇଛି କୋଣାର୍କ ଇକୋ ରିଟ୍ରିଟ ଉତ୍ସବ ।ଉଦଘାଟନୀ ଉତ୍ସବରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ଇକୋ ରିଟ୍ରିଟର ୬ଷ୍ଟ ସଂସ୍କରଣ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ବ୍ରହ୍ମଗିରି, ପିପିଲି, ପୁରୀ,କାକଟପୁର, ସତ୍ୟବାଦୀ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବଙ୍ଗୋପସାଗର ଓ କୁଶଭଦ୍ରା ନଦୀ ମୁହାଣରେ ଥିବା ବାଲୁକା ବେଳାଭୂମିରେ ନିର୍ମାଣଧିନ ଅତ୍ୟାଧୁନିକ ତମ୍ବୁ ଘରେ ଶିତୁଆ ସନ୍ଧ୍ୟା ର ମଜା ଉଠାଇବେ ଦେଶ ବିଦେଶର ପର୍ଯ୍ୟଟକ । ସୂଚନା ଅନୁସାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ୭ଟି ସ୍ଥାନରେ ଇକୋରିଟ୍ରି କରାଯାଇଥିବା ବେଳେ ମା ରାମଚଣ୍ଡୀ ବେଳାଭୂମିରେ ୭୦ ଟି ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ କରାଯାଇଛି। ସକାଳ ର ସୁନେଲି ସୁର୍ଯ୍ୟ କିରଣ ସହିତ ସନ୍ଧ୍ୟା ସମୟରେ ଅସ୍ଥଗାମୀ ସୂର୍ଯ୍ୟ ସହ ଓଡ଼ିଶା ର ଲୋକ କଳା ର ମଜା ନେବେ ପର୍ଯ୍ୟଟକ । ନଦୀ ଓ ସମୁଦ୍ର କୁ ସଂଯୋଗ କରିବା ଲାଗି ଚଳିତ ବର୍ଷ ନୂତନ କରି କାଠରେ ନିର୍ମାଣ ଅତି ଆଧୁନିକ ତୋରଣ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ । ଯାହା ଦେଶ ଓ ବିଦେଶୀ ପର୍ଯ୍ୟଟକ ମାନେ ଆସି ମଜା ଉଠାଇ ପାରିବେ। ପ୍ରତେକ ରୁମ ପ୍ରତି ୫ ହଜାରରୁ ଆରମ୍ଭ ହୋଇ ୩୫ ହଜାର ପର୍ଯ୍ୟନ୍ତ ରଖାଯାଇଛି। ଏହା ଓଡିଶାର ଅର୍ଥନୈତିକ ଅଧିକ ବଢାଇବାକୁ ଆଶା ରଖିଥିବା ବେଳେ ସ୍ଥାନୀୟ ୨ଶହ ରୁ ଅଧିକ ଯୁବତୀ, ଯୁବକ ୩ମାସ ରୋଜଗାର ପାଇବାର ସୁବିଧା ପାଇଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ଇକୋ- ରିଟିଟ୍ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ମାର୍ଚ୍ଚ ୧୩ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦେଶ ବିଦେଶର ପର୍ଯ୍ଯଟକ ମାନଙ୍କ ପାଇଁ ବୋଟିଙ୍ଗି,ସହ ସମୂଦ୍ର ଭିତରେ ବୁଲିବାକୁ ବ୍ୟବସ୍ଥା କରାଯାଇଛି। ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ରଖାଯାଇଛି। ପର୍ଯ୍ଯଟକ ମାନେ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା, ରାମଚଣ୍ଡୀ ବୁଲି ଏଠାରେ ରାତ୍ର ଯାପନ କରିପାରିବେ।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ରିପୋଟ
