କୋଣାର୍କ ଲୋକକଳା ମହୋତ୍ସବ ଅନୁଷ୍ଠିତ

ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମକୋଣାର୍କ,୦୩.୦୩- ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ କୋଣାର୍କ ଲୋକକଳା ମହୋତ୍ସବ ୨୦୨୪ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡିଶା କଳଚର୍ ଆର୍ଟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କଳାକାର ମାନେ ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣ କରିଥିଲେ। ପ୍ରଥମାର୍ଦ୍ଧରେ ଓଡିଶା କଳଚର୍ ଆର୍ଟ ଏକାଡେମୀ ସଭାପତି ଦିନେଶ କୁମାର ମଲିକଙ୍କ ସଭାପତିତ୍ବରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ତ୍ରିଲୋଚନ ବରାଳ, ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ଶଶଧର ପଣ୍ଡା, ସମାଜସେବୀ ବନ୍ଦନା ହରିଚନ୍ଦନ, ପ୍ରସିଦ୍ଧ ବ୍ୟଙ୍ଗକବି ହାସ୍ୟ କୁମୁଦ ସମ୍ପଦ କୁମାର୍ ରଥ, ଉପଦେଷ୍ଟା ନବ କିଶୋର ଦାସ, ଶଙ୍କର୍ଷଣ ପାତ୍ର, ଓଡିଶା କଳଚର୍ ଆର୍ଟ ଏକାଡେମୀ ସମ୍ପାଦକ ବସନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ଓଡିଶାର ପୁରାତନ ସଂସ୍କୃତି, କଳା, ସାହିତ୍ୟ ଓ ସଂସ୍କୃତି କୁ ବଞ୍ଚାଇବା ପାଇଁ ଲୁଚି ଯାଉଥିବା କଳାକାର ଓ କଳାକୁ ପ୍ରୋତ୍ସାହନ ଦେବାକୁ ନିବେଦନ କରିଥିଲେ। ଏହି ଉତ୍ସବରେ ଓଡିଶାର ପ୍ରାୟ ୧୨ଟି ଜିଲ୍ଳାର ୨୦୦ରୁ ଅଧିକ କଳାକାର ଯୋଗଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ସେମାନଙ୍କର ଦକ୍ଷତା ଓ ଅବଦାନ ପାଇଁ ସମ୍ବର୍ଦ୍ଧିତ କରଯାଇଥିଲା। ଶେଷ ପର୍ଯ୍ୟାୟରେ କଂସ ଦରବାର ଗୀତିନାଟ୍ୟ, କନ୍ଦରାସୂର ବଧ ନାଟକ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସୁଗମ ସଙ୍ଗୀତ ପରିବେଷଣ କରାଯାଇଥିଲା। ଯାହା ସାଧାରଣ ଜନତାଙ୍କ ମନ ମୋହିଥିଲ। ଏହି ମହୋତ୍ସବକୁ ସୁଧାଶ୍ରି ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ସାଇଶ୍ରି ପୃଷ୍ଟି ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉତ୍ସବକୁ ମୋନାଲିସା ଷଡ଼ଙ୍ଗୀ, ବର୍ଷା ପଟ୍ଟନାୟକ, ମଧୁମୟୀ ସାହୁ, ପ୍ରଦୀପ ବିହାରୀ, ମୀନକେତନ ପ୍ରଧାନ, ଅନିଲ ବାରିକ ଓ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *