କୋଣାର୍କ କିନ୍ନର ସଂଘ ପକ୍ଷରୁ ଅସହାୟଙ୍କୁ ଶିତବସ୍ତ୍ର ବଣ୍ଟନ

କୋଣାର୍କ,୨୩.୧୨- କୋଣାର୍କ କିନ୍ନର ସଂଘ ପକ୍ଷରୁ ବୃଦ୍ଧ,ବୃଦ୍ଧା , ଦିବ୍ୟାଙ୍ଗ ଓ ଅସହାୟ ମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମଙ୍ଗଳବାର ଅପରାହ୍ନରେ ଶୀତବସ୍ତ୍ର କମ୍ବଳ ଓ ସାର୍ଟ ବଣ୍ଟନ କରାଯାଇଛି। ଶୀତର ପ୍ରକୋପରୁ ରକ୍ଷା କରିବା ନିମନ୍ତେ କୋଣାର୍କ ଏନଏସି ଅଧିନସ୍ଥ ୧୩ ଗୋଟି ଓ୍ବାର୍ଡ ସମେତ କୁରୁଜଙ୍ଗ ପଞ୍ଚାୟତ ର ପ୍ରାୟ ୩୦୦ ଜଣ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ଅସହାୟ ମାନଙ୍କୁ କୋଣାର୍କ କିନ୍ନର ସଂଘର ସଭାନେତ୍ରୀ ଦୀପସା କିନ୍ନର ଙ୍କ ତତ୍ତ୍ଵାବଧନରେ ଆଜି ମେଡ଼ିକାଲ ଛକ ନିକଟସ୍ତ ରାଜାରାମ ମଠ ପ୍ରାଙ୍ଗଣରେ କମଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଗାମୀ ଦିନରେ ସଙ୍ଘ ପକ୍ଷରୁ ବ୍ୟାପକ ସାମାଜିକ କାର୍ଯ୍ୟ ଓ ସେବା କାର୍ଯ୍ୟ କରାଯିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

କୋଣାର୍କ କିନ୍ନର ସଂଘର ଏଭଳି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମକୁ କୋଣାର୍କ କିନ୍ନର ସଂଘର ସୁକାନ୍ତି କିନ୍ନର , କାଜଲ କିନ୍ନର, ଶିବାନୀ କିନ୍ନର, ତୁଳସୀ କିନ୍ନର , ସନ୍ଧ୍ୟା କିନ୍ନର, ଶାନ୍ତି କିନ୍ନର , ଗଙ୍ଗା କିନ୍ନର , ଷୋଳକଳା କିନ୍ନର, ଶ୍ରଦ୍ଧା କିନ୍ନର , କୁନି କିନ୍ନର, ଜ୍ୟୋସ୍ତ୍ନା କିନ୍ନର ପ୍ରମୁଖ ଙ୍କ ସହିତ ସମାଜସେବୀ ମନୋଜ ନାୟକ ଉକ୍ତ କାର୍ଯ୍ୟକ୍ରମରେ ରହି ସହୋଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *