କୋଣାର୍କ ପଥଉତ୍ସବ ଲୋଗୋ ଉନ୍ମୋଚିତ

କୋଣାର୍କ- କୋଣାର୍କ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଚଳିତ ବର୍ଷ କରାଯିବ ନୂଆ ପ୍ରୟାସ । କୋଣାର୍କ ପଥ ଉତ୍ସବ କମିଟି ପକ୍ଷରୁ ଆୟୋଜନ ହେବ ଏହି ନିଆରା ପ‌ଥଉତ୍ସବ । ରାସ୍ତାରେ କରାଯିବ ବିଭିନ୍ନ ଭିନ୍ନ ସଙ୍ଗୀତର ପରିବେଷଣ । ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା କୋଣାର୍କ ଉତ୍ସବକୁ ରଙ୍ଗୀନ କରିବା ପାଇଁ ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଏହି ଉତ୍ସବ ମେଡ଼ିକାଲ ନିକଟ ରିଙ୍ଗରୋଡ ବାଣପଦା ଠାରୁ କରମଙ୍ଗା ରାସ୍ତା ମଧ୍ୟ ମଧ୍ୟରେ କରାଯିବ ବୋଲି ପ୍ରସ୍ତାବିତ କରାଯାଇଛି। ଏନେଇ ଶନିବାର ସନ୍ଧ୍ୟାରେ କୋଣାର୍କ ପଥ ଉତ୍ସବ ନିମନ୍ତେ ଆକର୍ଷଣୀୟ ଲୋଗୋ ଓ ୱେବ୍ ସାଇଟ୍ ଉନ୍ମୋଚିତ କରାଯାଇଛି । https://konarkpathautsav.com ୱେବ୍ ସାଇଟ୍ ରେ ପଞ୍ଜିକରଣ କରି ପ୍ରତିଯୋଗୀ ମାନେ ପଥ ଉତ୍ସଵ ରେ ଭାଗ ନେଇ ପାରିବେ। ଏହି ଅବସରରେ ପଥ ଉତ୍ସବ ମୁଖ୍ୟ ପରିଚାଳକ ତଥା ଅଧକ୍ଷ ଅଶୋକ ନନ୍ଦ, ସମାଜସେବୀ ରାମକୃଷ୍ଣ ମହାନ୍ତି, ସଂଯୋଜିକା ରିତା ମିଶ୍ର, ସୁପ୍ରଭା ରାଣୀ ହାଜରା, ରାଜୁ ମହାପାତ୍ର, ସୁମିତ୍ରା ଶିକାରୀ, ମନୋରମା ଦାଶ, ପଦ୍ମାଳୟା ଚୌଧୁରୀ, ରେଣୁ ରାଓ, ବାମଦେବ ଆଳୁକ, କାମଦେବ ବିଶ୍ବାଳ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *