ଆନନ୍ଦ ଉଲ୍ଲାସରେ କୋଣାର୍କ ପଥ ଉତ୍ସଵ ଆୟୋଜିତ

ଆନନ୍ଦ ଉଲ୍ଲାସରେ କୋଣାର୍କ ପଥ ଉତ୍ସଵ ଆୟୋଜିତ

କୋଣାର୍କ,୦୬.୧୨- କୋଣାର୍କ ଉତ୍ସବକୁ ଆହୁରି ସରସ ସୁନ୍ଦର କରିବାକୁ ଚଳିତ ବର୍ଷ କରାଯାଇଛି ନୂଆ ପ୍ରୟାସ । ସାମାଜିକ ଅନୁଷ୍ଠାନ ବିକାଶ, କୋଣାର୍କ ପଥ ଉତ୍ସବ କମିଟି ଓ ୟୁବି ଫୁଡ୍ ସହଯୋଗରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି ଏହି ନିଆରା ପଥଉତ୍ସବ । କୋଣାର୍କ ସହରର ରାଜ ରାସ୍ତାରେ ଭିନ୍ନ ଭିନ୍ନ ସଙ୍ଗୀତର ପରିବେଷଣ ସହ ନୃତ୍ୟଶିଳ୍ପୀ ଓ ପର୍ଯ୍ୟଟକ ମାନେ ଶସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ପଲ୍ଲୀନୃତ୍ୟ ସହ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ। ଆନନ୍ଦ ଉଲ୍ଲାସରେ ନୃତ୍ୟ ଶିଳ୍ପୀ ଓ ପର୍ଯ୍ୟଟକ ମାନେ ଏହାକୁ ଉପଭୋଗ କରିଥିଲେ। ଏହି ଉତ୍ସବ ମେଡ଼ିକାଲ ନିକଟ ଅର୍କ ମଣ୍ଡପରୁ ଶୁଭାରମ୍ଭ ହୋଇଥିଲା।

ବିକାଶ ଅନୁଷ୍ଠାନ ପ୍ରତିଷ୍ଠାତା ସମ୍ପାଦକ ଅଶୋକ କୁମାର ନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ, ଗୋପ ବ୍ଲକ ଅଧ୍ୟକ୍ଷା ଝୂନୁ ମଲ୍ଲିକ, ପଥ ଉତ୍ସବ କମିଟି ରାଜକିଶୋର ମହାପାତ୍ର, ସମାଜସେବୀ ଗୋପାଳ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଅର୍କଶ୍ରି ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇ ପଥ ଉତ୍ସବ ଲୋଗୋ ଉନ୍ମୋଚିତ କରିବା ସହ ପତାକା ଦେଖାଇ ପଥ ଉତ୍ସଵକୁ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବ ମେଡ଼ିକାଲ ଛକରୁ ବାହାରି ରିଙ୍ଗ ରୋଡ ଓ ଟୁରିଷ୍ଟ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁନଃ ମେଡ଼ିକାଲ ଛକକୁ ଫେରିଥିଲା। ରାସ୍ତାରେ ପ୍ରତିଯୋଗୀ ମାନେ ଆନନ୍ଦ ଉଲ୍ଲାସରେ ନୃତ୍ୟ ପରିବେଷଣ କରିଥିଲେ। ଅର୍କ ମଣ୍ଡପରେ ଉଦଯାପନୀ ଉତ୍ସବରେ ସମସ୍ତ ପ୍ରତିଯୋଗୀ ମାନେ ପୁନଃ ସେମାନଙ୍କର ନୃତ୍ୟ କଳା ପ୍ରଦର୍ଶନ କରିଥିଲେ। ବିଚାରପତି ମାନଙ୍କ ଦ୍ଵାରା ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଆର୍ଥିକ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ରେଡ଼ିଓ ନମସ୍କାର ଅଧକ୍ଷ ସାହା ଅନସାରୀ, ଶିକ୍ଷାବିତ୍ ପ୍ରକାଶ ଖାଟୋଇ, ରାମକୃଷ୍ଣ ମହାନ୍ତି, ସାମ୍ବାଦିକ ଅକ୍ଷୟ ନାୟକ, ପ୍ରତାପ କାଣ୍ଡି, ଜ୍ଞାନ ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଥ ଉତ୍ସବ ସଂଯୋଜିକା ରିତା ମିଶ୍ର, ମନୋରମା ଦାଶ, ପଦ୍ମାଳୟା ଚୌଧୁରୀ, ଜ୍ୟୋତିର୍ମୟୀ ସାହୁ, ବାମଦେବ ଆଳୁକ, କାମଦେବ ବିଶ୍ଵାଳ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା , ଅଜୟ ପଟ୍ଟନାୟକ, ବିବେକାନନ୍ଦ ମିଶ୍ର, ଆଶୁତୋଷ ହୋତା, ପ୍ରତାପ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *