ପରକୀୟା ପ୍ରୀତିକୁ ନେଇ କୋଣାର୍କ ପୋଲିସ ଚଢ଼ାଉ । ମହିଳାଙ୍କ ସହ ଜଣେ ଯୁବକ ଗିରଫ

କୋଣାର୍କ – ରାତି ଅଧିଆ କୋଣାର୍କ ପୋଲିସ ର ସ୍ବତନ୍ତ ୪ଜଣିଆ ଟିମି ସହ ବେଗୁନିଆ ଧଳାପଥର ଫାଣ୍ଡି ର ୩ଜଣିଆ ମିଳିତ ଚଢ଼ାଉ ବେଳେ ଜଣେ ମହିଳାଙ୍କ ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଦୁଇଜଣ ଯାକ କୋଣାର୍କ ପୋଲିସ କୁ ଭୁଆଁ ବୁଲାଇବା ପାଇଁ କହିଥିଲେ ଆମେ ସ୍ବାମୀ ସ୍ତ୍ରୀ ବୋଲି । କୋଣାର୍କ ପୋଲିସ ଦୁଇଜଣ ଙ୍କୁ ଧରି କୋଣାର୍କ ଥାନାରେ ପଚରା ଉଚରା ସହ ଅଧିକ ତଦନ୍ତ ଚଳାଇଛି। ସୂଚନା ମୁତାବକ ବଳଙ୍ଗା ଅଞ୍ଚଳ ପ୍ରଶାନ୍ତ ପ୍ରଧାନ ଗତ ୭ ବର୍ଷ ତଳେ କୋଣାର୍କ ଏନଏସି ୩ ନଂ ୱାର୍ଡ ର ମୁଲିସାହି ଗ୍ରାମର ଜୟନ୍ତୀ ସ୍ବାଇଁ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଜୟନ୍ତୀ ଙ୍କର ଗୋଟିଏ ଝିଅ ୧୧ବର୍ଷ ଥିବାବେଳେ ତାଙ୍କୁ ଆଜକୁ ୨ମାସହେବ ସ୍ବାମୀ ପ୍ରଶାନ୍ତ ପ୍ରଧାନ ଛାଡି ଏକ ବିବାହିତା ମହିଳା ଙ୍କ କବଳରେ ପଡିଯାଇଥିଲେ। ମହିଳା ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଘୋଡାସ ପଞ୍ଚାୟତ ର ଘୋଡାସ ଗ୍ରାମର ଜ୍ୟୋତିରଞ୍ଜନ ସି° ଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା ଙ୍କ ସହ ମିଶି ପ୍ରଥମେ କଟକ ଅଞ୍ଚଳରେ ରହୁଥିବା ବେଳେ ଗତ ୫ଦିନ ତଳେ ଏ ନେଇ କୋଣାର୍କ ମୁଲିସାହି ର ଜୟନ୍ତୀ ସ୍ବାଇଁ ନାମକ ମହିଳା କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ କୋଣାର୍କ ପୋଲିସ ଅଭିଯୋଗ ପାଇଁ ନୟାଗଡ଼ ଜିଲ୍ଲା ଧଳାପଥର ଫାଣ୍ଡି ଅଧିନରେ ଥିବା କଳାପଥର ମିଛୁପଣ୍ଡା ନୂଆସାହି ଗ୍ରାମର ବିକ୍ରମ ମହାପାତ୍ର ଙ୍କ ଘର ଉପରେ ଚଢାଉ କରି ଦୁଇଜଣଙ୍କୁ ଗିରଫ କରିଛନ୍ତି। ପ୍ରଶାନ୍ତ ନାମରେ ବଳଙ୍ଗା ଥାନାରେ ଆଗରୁ ମାମଲା ରହିଥିବାବେଳେ ନୟାଗଡ ଧଳାପଥର ଥାନାରେ ମଧ୍ୟ ଝିଅ ବ୍ୟବସାୟ କରୁଥିବା କୁ ନେଇ ମାମଲା ରହିଥିବା କଳାପଥର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି। କୋଣାର୍କ ପୋଲିସ ସଂପୃକ୍ତ ମହିଳାଙ୍କ ସହ ପ୍ରଶାନ୍ତ ଙ୍କୁ ଧରି ତଦନ୍ତ ଚଳାଇଛନ୍ତି। ଲକ୍ଷ୍ମୀପ୍ରୀୟାଙ୍କ ନାରେ କଟକ ଭୂବନେଶ୍ୱର ପୁରୀରେ ଅନୈତିକ କାର୍ଯ୍ୟକଳାପ ଚଳାଉଥିବା ଅଭିଯୋଗ ଥିବା ଜଣାପଡିଛି। ଚଢାଉ ସମୟରେ କୋଣାର୍କ ଥାନାର ଦୁଇ ଅଫିସର ସହ ଦୁଇଜଣ କର୍ମଚାରୀ ଓ କଳାପଥର ଫାଣ୍ଡି ର ଜଣେ ଅଫିସର ସହ ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ଖବର ଲେଖିବା ବେଳକୁ ମହିଳାଙ୍କୁ ଜମାନତରେ ପୁଲିସ୍ ଛାଡ଼ି ଦେଇଥିବା ବେଳେ ଯୁବକ ଜଣଙ୍କ କୋଣାର୍କ ଥାନାରେ ଅଟକ ଅଛନ୍ତି।

Leave a Reply

Your email address will not be published. Required fields are marked *