କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି

କୋଣାର୍କ ୧୫.୦୬.୨୦୨୫ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ “କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ” ପକ୍ଷରୁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ସୂର୍ଯ୍ୟ ଆଳତି ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକାନୁଯାୟୀ ପ୍ରତ୍ୟୁଷ ୫ ଟା୧୦ ମିନିଟ୍ ରେ ସୂର୍ଯ୍ୟ ଉଦୟ ହେବା ପରେ ସୂର୍ଯ୍ୟ ପୂଜା, ବନ୍ଦାପନା ଓ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟା ଓ ଚନ୍ଦ୍ରଭାଗାରେ ଉଦୟକାଳିନ ସୂର୍ଯ୍ୟଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ସାମିଲ୍ ହୋଇ ସୂର୍ଯ୍ୟ ଆଳତି କରିଥିଲେ ।ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ଧର୍ମିୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମାର୍ଗଦର୍ଶକ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ସଭାପତି ପ୍ରଫୁଲ୍ଲ କୁମର ପାତ୍ର, କୋଷାଧ୍ୟକ୍ଷ ସଞ୍ଜୟ ବରାଳ, ଅଧ୍ୟାପକ ସରତ ଚନ୍ଦ୍ର ପ୍ରଧାନ, ଶ୍ରୀଧର ନାୟକ, ପ୍ରଶନ ତ୍ରିପାଠୀ, ପ୍ରତାପ ରାଉତଙ୍କ ସମେତ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଗତ ମାଘ ମେଳାରେ ଆୟୋଜିତ ହୋଇଯାଇଥିଲା ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସବୁ ମହଲରେ ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଏହି ସଫଳତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକ ମାସର ସଂକ୍ରାନ୍ତି ଓ ସ୍ବତନ୍ତ୍ର ଦିବସ ମାନଙ୍କରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଚନ୍ଦ୍ରଭାଗା ଠାରେ ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଏକ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଆସନ୍ତା ଜୁଲାଇ ମାସ ୨୦ ତାରିଖ ରବିବାର, ଅଗଷ୍ଟ ମାସ ୧୭ ତାରିଖ ରବିବାର ସିଂହ ସଂକ୍ରାନ୍ତି, ସେପ୍ଟେମ୍ବର ମାସ ୨୧ ତାରିଖ ରବିବାର ମହାଳୟା ଶ୍ରାଦ୍ଧ, ଅକ୍ଟୋବର ମାସ ୧୯ ତାରିଖ ରବିବାର,ନଭେମ୍ବର ମାସ ୧୬ ତାରିଖ ରବିବାର ବିଛା ସଂକ୍ରାନ୍ତି, ଡିସେମ୍ବର ମାସ ୨୧ ତାରିଖ ରବିବାର ଓ ସେହି ମାସର ୩୦ ତାରିଖ ମଙ୍ଗଳବାର ସାମ୍ବ ଦଶମୀ ତିଥି, ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ବୁଧବାର ମକର ସଂକ୍ରାନ୍ତି, ଏବଂ ସେହି ମାସର ୨୫ ତାରିଖ ରବିବାର ମାଘ ମେଳାରେ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଆଳତି କାର୍ଯ୍ୟକ୍ରମ ସ୍ଥିରିକୃ ହୋଇଛି । ଏହି ଭବ୍ୟ ଓ ଦିବ୍ୟ ଆଧ୍ୟାତ୍ମିକ ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେବା ପାଇଁ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *