*କୋରେଇ ବିଧାୟକ ଆକାଶଙ୍କ ମାରାଥନ୍ ଶିଳାନ୍ୟାସ

ଯାଜପୁର, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅର୍ନ୍ତଗତ ଗୋଳେଇପୁର ଗ୍ରାମ ପଂଚାୟତରେ ଓଡିଶା ସରକାରଙ୍କ ୭ ଟି ବିଭାଗର ୭ଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ସୋଲପଟା ଛକଠାରୁ ଆସି ରାମପୁର ଶଗଡି ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଶାଳପଡା, ରାମପୁର ଶଗଡି, ଗୋଳେଇପୁର, ସୋତୀ, ଦାମୋଦରପୁର ଠାରୁ ନରପଦା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

ସେଠାରୁ ଯାଇ ବଡତ୍ରିଲୋଚନପୁର ଠାରେ (ଜଳସଂପଦ ବିଭାଗ) ଖରସ୍ରୋତା ନଦୀର ବାମପାଶ୍ୱର୍ ନଦୀବନ୍ଧର ସୁଦୃଢୀକରଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ଆସି ମସୁଦପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।।

ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *