କୋରେଇ ବିଧାୟକ ଆକାଶ ଦାସନାୟକ ଙ୍କ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଭ୍ରମଣ
କୋରେଇ, ୧୦/୧୦ : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ବିଭିନ୍ନ ଗ୍ରାମପଂଚାୟତ ଓ ବ୍ୟାସନଗର ପୌରପରିଷଦର ଅନେକ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଭ୍ରମଣ କରି ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ସମାଜର ମଙ୍ଗଳ କାମନା କରି ମା’ ଲକ୍ଷ୍ମୀଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପ୍ରତ୍ୟେକ ମଣ୍ଡପର ମୁରବୀ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ସମାଜରେ ସମସ୍ତେ ସୁଖ ଶାନ୍ତିରେ ଜୀବନ କାଟନ୍ତୁ ଏହା ମା’ଙ୍କ ପାଖରେ ଶୁଭ ମନାସୀ ଥିଲେ । ରସୁଲପୁର ବ୍ଲକ୍ ମୁଗୁପାଳ ଗ୍ରାମପଂଚାୟତ ଖଇରାବାଦ, ବରାଂଶ, ହ୍ରଦକୂଳ ଗ୍ରାମରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମା’ଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ । କୋରେଇ ବ୍ଲକ୍ କରଦା ଗ୍ରାମପଂଚାୟତ ଭକଣ୍ଡରୀ ଗ୍ରାମର ଲକ୍ଷ୍ମୀ ମଣ୍ଡପ, ତାରାକୋଟ ଗ୍ରାମପଂଚାୟତ ତାରାକୋଟ ଓ ସାନ୍ତସାହି ଗ୍ରାମରେ ୧୩ ଗୋଟି ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ, ଯଥା ଗୌରପୁର ଗ୍ରାମପଂଚାୟତ ତୁଳସୀପୁର ଗ୍ରାମର ନୂଆପାଟଣା ସାହି, ଓଟଣା ସାହି, ବାରିକ ସାହି, ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । ତୁଳତୀ ଗ୍ରାମପଂଚାୟତ ନିଗୋଧା ଗ୍ରାମ ମା’ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । ଅସନଝର ଗ୍ରାମପଂଚାୟତ ସୋଲବନ୍ଦୀ ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । କାଚରାସାହି ଗ୍ରାମପଂଚାୟତ କାଚରାସାହି ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପ, ଜହ୍ନା ଗ୍ରାମପଂଚାୟତ ଜହ୍ନା ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପ, ତଳଗଡ ଗ୍ରାମପଂଚାୟତ ଗୋପୀନାଥପୁର ଗ୍ରାମର ମା` ଲକ୍ଷ୍ମୀ ମଣ୍ଡପ, ପାଟରଙ୍ଗା ଗ୍ରାମପଂଚାୟତ ଅଶୋକଝର, ଉପରଗଡ ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । କନ୍ତୋର ଗ୍ରାମପଂଚାୟତ ପୂର୍ବକୋଟ ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପ, ରଣପୁର ଗ୍ରାମପଂଚାୟତ ରଣପୁର ଗ୍ରାମ, ଗୋପାଳପୁର ଗ୍ରାମ, ସାଁଆଳା ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । ବନ୍ଦାଳ ଗ୍ରାମପଂଚାୟତ ବାଲିଆପାଳ ଗ୍ରାମ, ଗୋଳେଇପୁର ଗ୍ରାମପଂଚାୟତ ସୋତି ଗ୍ରାମ, ବଡବିରୁଆଁ ଗ୍ରାମପଂଚାୟତ ସୋଲପଟା ଗ୍ରାମର ମା’ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । ବ୍ୟାସନଗର ପୌରପରିଷଦ ଚାନ୍ଦମା, ଚୋରଦା, ସନ୍ତରା, ଓ.ଏମ୍.ସି. ଛକ, ସାତକଣିଆ, ଆଦି ସ୍ଥାନରେ ଅନୁଷ୍ଠିତ ମା’ ଲକ୍ଷ୍ମୀ ପୂଜାରେ ସମସ୍ତ ମଣ୍ଡପରେ ମା’ଙ୍କୁ ଦର୍ଶନ କରିଥିଲେ । ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ମାନ୍ୟବର ବିଧାୟକ ଆକାଶ ଦାସନାୟକ । ସମସ୍ତ ପୂଜା ମଣ୍ଡପରେ ବିଧାୟକଙ୍କୁ ଉତରୀୟ ଓ ଫୁଲତୋଡା ଦେଇ କର୍ମୀମାନେ ପୂଜା ମଣ୍ଡପକୁ ପାଛୋଟି ନେଇଥିଲେ । ଅନେକ ପୂଜା ମଣ୍ଡପରେ ମଟର ସାଇକେଲ ଶୋଭାଯାତ୍ରାରେ ଆଉ କେତୋଟି ମଣ୍ଡପରେ ବାଜା ବାଣ ରୋଷଣୀ କରି ପାଛୋଟି ନେଇଥିଲେ । ବିଭିନ୍ନ ସାଂସ୍କୃତିକ ପେଣ୍ଡାଲରେ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
