କୋଷାଗୁମୁଡା ବିଡ଼ିଓ ଙ୍କ ଅଚାନକ ଗସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରକଳ୍ପ ଓ ଆଶ୍ରମ ବିଦ୍ୟାଳୟ ଯାଞ୍ଚ।

କୋଷାଗୁମୁଡା ( ) ୩୦/୧୦/୨୫ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବିଡ଼ିଓ ଆଶିଷ ତ୍ରିପାଠୀ ଆଜି ରାଜୋଡା ପଂଚାୟତକୁ ଅଚାନକ ଗସ୍ତ କରିଥିବା ଦେଖିବାକୁ ମିଳିଛି | ସେ ତାଙ୍କର ଏହି ଗସ୍ତ ସମୟରେ ରାଜୋଡା ପଂଚାୟତ ସ୍ଥିତ ଉପ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରକଳ୍ପ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଆଦିରେ ପହଂଚି ସ୍ଥିତି ପରଖିଥିବା ଜଣାପଡିଛି। ଶ୍ରୀ ତ୍ରିପାଠୀ ପ୍ରଥମେ କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟରୁ ବାହାରି ରାଜୋଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ପହଂଚି ସମସ୍ତ ରେଜିଷ୍ଟର, ରୋଗୀଙ୍କୁ ଦିଆଯାଉଥିବା ଔଷଧପତ୍ର, ଶୌଚାଳୟ ଓ ସ୍ୱଛତା ବ୍ୟବସ୍ଥା ଉପରେ ଯାଞ୍ଚ କରିଥିଲେ |ସେ ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣ ମାନଙ୍କ ସହିତ ଆଲୋଚନା କରି ଉତ୍ତମ ସେବା ପ୍ରଦାନ ପାଇଁ ଉତ୍ସାହିତ କରିଥିଲେ,ତାପରେ ବିଜିବିଓ ୨୦୨୪-୨୫ ଆର୍ଥିକ ବର୍ଷର ୪ ଗୋଟି ସମାପ୍ତ ପ୍ରକଳ୍ପ ଓ ଚାଲୁଥିବା ପ୍ରକଳ୍ପ ଗୁଡିକୁ ଯାଞ୍ଚ କରିଥିଲେ। ତାପରେ ଚରଚୁଣ୍ଡା ଆଶ୍ରମ ବିଦ୍ୟାଳୟରେ ପହଂଚି ଛାତ୍ରବାସର ଶୌଚାଳୟ ସୁବିଧା ସାମଗ୍ରୀ ଓ ଖାତାପତ୍ର ସବୁ ଯାଞ୍ଚ କରିଥିଲେ |ପରେ ରାଜୋଡା ପଂଚାୟତ କାର୍ଯ୍ୟାଳୟରେ ପହଂଚି କ୍ୟାସବୁକ, ପାସବୁକ, ସିଏଫସି, ଏସଏଫସି, ଓଏସଆର ଧନ ସମ୍ପର୍କିତ ତଥ୍ୟ ସବୁ ଯାଞ୍ଚ କରିଥିଲେ। ବିଡ଼ିଓ ଶ୍ରୀ ତ୍ରିପାଠୀଙ୍କ ଏହି ପରିଭ୍ରମଣ ସମୟରେ ସ୍ଥାନୀୟ ସରପଞ୍ଚ, ପିଇଓ, ଜିଆରଏସ, ଜେଇ ଓ ଜନସାଧାରଣ ମଧ୍ୟ ଉପସ୍ଥିତ ରହିଥିଲେ |ପଂଚାୟତର ସମସ୍ତ କାର୍ଯ୍ୟ ତଦାରଖ ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ସଠିକ ସମୟରେ କାର୍ଯ୍ୟ ସବୁ ସାରିବାକୁ ନିର୍ଦେଶ ଦେଇଥିଲେ !

Leave a Reply

Your email address will not be published. Required fields are marked *