କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର : ତା ୦୯.୦୨.୨୦୨୬ ରିଖ ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ୦୮ ତାରିଖ ରବିବାର ଦିନ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଟିତ ହୋଇ ଯାଇଛି।ଏହି ସଚେତନତା ଶିବିରକୁ କ୍ରାନ୍ତି ଅନୁଷ୍ଠାନ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ ଦେବାନନ୍ଦ ଦାଶ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲିପ କର,ଆୟୁର୍ବେଦ ବିଶାରଦ ଡାକ୍ତର ସୁରଜିତ ପାଣିଗ୍ରାହୀ , ସିତଲାପଲ୍ଲି ସ୍ଥିତ ସମ୍ ହସପିଟାଲ ହେମାଟୋଲଜୀ ବିଶେଷଜ୍ଞ ଡାକ୍ତର ଅସ୍ରତ ବାନୋ, ବ୍ରହ୍ମପୁର ନଗର ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଆସ୍ଥା, ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ପଣ୍ଡା ଓ ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ ସେଣ୍ଟର ର ଟିମ୍ ପ୍ରମୂଖ ଯୋଗଦେଇ ଚିକିତ୍ସା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ। ଆଜିର ସଚେତନତା ଶିବିରରେ ୨୮୧ ଜଣ ରୋଗୀଙ୍କୁ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା।

ଏହି ଶିବିରରେ ଚାରି ଜଣ ଙ୍କୁ କର୍କଟ ରୋଗ ଥିବାର ଆଶଙ୍କା କରାଯାଇ ଥିଲା।ମୁମ୍ବାଇ ସ୍ଥିତ ଜଗନ୍ନାଥ କ୍ୟାନସର ଏଡ ଫାଉଣ୍ଡେସନ ଏହି କର୍କଟ ନିରୂପଣ ଶିବିରକୁ ସହଯୋଗର ହାତ ବଢ଼ାଇଥିଲେ। ଏହି ଅବସରରେ ଜଗନ୍ନାଥ କ୍ୟାନସର ଏଡ ଫାଉଣ୍ଡେସନ ର ସମାଜସେବୀ କବିତା ମିଶ୍ର, ଗାୟତ୍ରୀ ମହାନ୍ତି, ଚିତ୍ତ ରଂଜନ ଦାଶ, ପ୍ରୀତି ରାୟ, ସୁଚିତ୍ରା ଦାଶ , କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ , ଦେବରାଜ ରାଉତ, ଆଇ ଏସ ଆର ଡି ର ନିର୍ଦ୍ଦେଶକ ସୁଧୀର ସାବତ ଓ ବ୍ରହ୍ମପୁର ୱାନ ଷ୍ଟପ୍ ସେଣ୍ଟର ର ଇନ୍ ଚାର୍ଜ ମହେଶ୍ଵତା ପାଢୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପରିଚାଳନା ରେ ସହଯୋଗ କରିଥିଲେ।ଡ ଦେନାନନ୍ଦ ଦାଶକର୍କଟ ରୋଗୀ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, କ୍ରାନ୍ତି l

Leave a Reply

Your email address will not be published. Required fields are marked *