କୃଷ୍ଣପ୍ରସାଦ ବ୍ଲକ ଅରକୁଦା ଲୁଣା ଜୁଆର ବନ୍ଧର ସୁଦୃଢ଼ୀକରଣ ନିମନ୍ତେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ

ଆଜି ତା-୩୦.୧୦.୨୧ ରିଖ ସନ୍ଧ୍ୟା ୬ଟା ସମୟରେ ସେଚ ସଦନ ଭବନରେ ଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲା ସଦର ମାଳିସାହି ବ୍ରିଜ୍ ବ୍ରହ୍ମଗିରି ବ୍ଳକର ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକଚର ଓ କୃଷ୍ଣପ୍ରସାଦ ବ୍ଲକ ଅରକୁଦା ଲୁଣା ଜୁଆର ବନ୍ଧର ସୁଦୃଢ଼ୀକରଣ ନିମନ୍ତେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ବିଜୟ ମିଶ୍ର, ଡ୍ରେନେଜ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଇଂ ବାଲେଶ୍ଵର ନାଥ ଶର୍ମା, ମହାନଦୀ ଅବବାହିକା ର ମୁଖ୍ୟ ଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି, ଡିଜାଇନ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ଲିଙ୍ଗରାଜ ଗୌଡ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *