କୃଷ୍ଣପକ୍ଷ ଚତୁର୍ଦ୍ଦଶୀ
କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଆଜି
କପିଳାସ ପୀଠ ଭାରି ଭିଡ
ଦର୍ଶନ କରିବା ପ୍ରଭୁ ଶ୍ରୀଚନ୍ଦ୍ରଶେଖର ଛାଡିଯିବ ଆମ ଜାଡ
କପିଳାସ ପୀଠ ଭାରି ଭିଡ।
ନିତି କାନ୍ତି ସମାପନ ପରେ
ପରିକ୍ରମା ହେବ ଶୈବପୀଠ
ଘଣ୍ଟ ଘଣ୍ଟା ବୀରକାହାଳୀରେ
ପ୍ରକମ୍ପିତ ହେବ ଶୈବପୀଠ
ଚଳନ୍ତି ପ୍ରତିମା ଧରି ପୀଠେ
ପରିକ୍ରମା ହେବ ସାତଧର
ହରିବୋଲ ହୁଳହୁଳି ଶବ୍ଦେ ପ୍ରକମ୍ପିତ ହେବ ଶୈବପୁର
ପ୍ରଭୁ ଙ୍କ ମନ୍ଦିର ଶୀର୍ଷ ଦେଶେ
ଉଠିବ ଯେ ପ୍ରଭୁଙ୍କର ଦୀପ
ସେ ଦୀପ ଦେଖିଲେ ଭକ୍ତଗଣ
ରହିଯିବ ସ୍ମୃତି ରେ ରୂପ।
ଦ୍ବିତୀୟ କୈଳାସ କ୍ଷେତ୍ରେ ପ୍ରଭୁ
ପୂଜା ପାଉଛନ୍ତି ଆନନ୍ଦରେ
ଭଜନ କରନ୍ତି ଭକ୍ତମାନେ
ଅତ୍ୟନ୍ତ ଶ୍ରଦ୍ଧାସୁମନରେ।
ଆହେ ପ୍ରଭୁ ଶ୍ରୀଚନ୍ଦ୍ରଶେଖର
ଆଶିଷ ମାଗୁଛି ତୁମ ପାଦେ
ତୁମ କୃପା ଲଭିଲେ ଜୀବନ
ଧନ୍ଯ ହୋଇବ ଏହି ଯୁଗେ।
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
