ଶିଶୁ ସାହିତ୍ୟିକ କ୍ରିତିକା ଉତ୍ସବ ପାଳିତ
ଶିଶୁ ସାହିତ୍ୟିକ କ୍ରିତିକା ଉତ୍ସବ ପାଳିତ. ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ଏକ ଶିଶୁ ସାହିତ *କ୍ରିତିକା ଉତ୍ସବ 2025* ମହାସମାରୋହରେ ଉଦଘାଟିତ ହୋଇଯାଇଛି. ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କ୍ରୀଡାବିତ୍ ମୀନତି ମହାପାତ୍ର ଉଦଘାଟନ କରିଛନ୍ତି. ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଓ କଲରାବାଙ୍କ ହାଇସ୍କୁଲ ର ଚେୟାରପରସନତଥା କାଦମ୍ବିନୀ ଓ କୁନିକଥା ସାମ୍ବାଦିକ Dr ଇତି ରାଣୀ ସାମନ୍ତ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ର ପ୍ରିନ୍ସିପାଲ ବିୟତ ବିହାରୀ ମିଶ୍ର. କଲରାବାଙ୍କ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଯଚିନ୍ଦ୍ର ଲେଙ୍କା. ସ୍କୁଲ୍ ର ଉପଦେଷ୍ଟା ନାରାୟଣ ପରିଡା ପ୍ରମୁଖ ଯୋଗଦେଇ ଏହି ସାହିତ୍ୟକ ଉତ୍ସବରେ ପିଲାମାନଙ୍କ ମଧ୍ୟରେ ଗୁଣାତ୍ମକ ଅଭିବୃଦ୍ଧି ଘଟିବ ଓ ମୋବାଇଲ ଛାଡ଼ି ପୁସ୍ତକ ପଢ଼ିଲେ ପିଲାମାନେ ଗୁଣାତ୍ମକ ଶିକ୍ଷା ର ଅଭିବୃଦ୍ଧି ଘଟିବ ବୋଲି ମତବ୍ୟକ୍ତ କରିଥିଲେ..ଏଜି ଅବସରରେ ପ୍ରଥମେ ମା ନୀଳିମା ରାଣୀ ସାମନ୍ତ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସୁକ କୁ ଉଦଘାଟନ କରିଥିଲେ ପରେ ସ୍କୁଲ ପରିସରରେ ଏକ ଫଟୋ ଚିତ୍ର ,ପିଠା ଓ ପୁସ୍ତକ ଷ୍ଟଲ୍ କୁ ଫିତା କାଟି ଉଦଘାଟନ କରିଥିଲେ ପରେ ବିଚାରକ ଭାବେ ଆସିଥିବା ଅତିଥି ମାନେ ଆଦର୍ଶ ଗ୍ରାମ କଲରାବାଙ୍କ ବୁଲି ବିମୋହିତ ହୋଇଥିଲେ. ଏହାପରେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା.
ଜଗତ୍ସିଂହପୁର ଜିଲ୍ଲା ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
