ପୁରୀରେ କେଟିଏମ୍ ବାଇକ୍ ର ଆତଙ୍କ

ପୁରୀରେ ଜନଗହଳିପୁର୍ଣ ଅଂଚଳରେ କେଟିଏମ୍ ବାଇକ୍ ଆତଙ୍କ। ସ୍ପଷ୍ଟ ଦିବାଲୋକରେ ରାସ୍ତାରେ ଯାଉଥିବା ବେଳେ ଜଣେ ବୃଦ୍ଧାଙ୍କ ବେକରୁ ଦୁର୍ବୁତ୍ତ ମାନେ ଝାମ୍ପି ନେଲେ ସୁନା ଚେନ୍‌। ଲୁଟ୍ ର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ମଧୁବନର ନିରୁପମା ମିଶ୍ର। ଖବରପାଇ କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଆଜି ସକାଳେ ନିରୁପମା ଗୁଣ୍ଡିଚା ମନ୍ଦିର ନିକଟରୁ ପରିବା କିଣି ଘରକୁ ଯାଉଥିବା ସମୟରେ ମାଟିଆପଡା ଛକରେ ଦୁଇଜଣ ଦୁର୍ବୁତ୍ତ କେଟିଏମ୍ ବାଇକ୍ ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ପ୍ରାୟ ୨୩ ଗ୍ରାମ ଓଜନର ସୁନାଚେନ୍‌ ଦୁର୍ବୁତ୍ତମାନେ ଝାମ୍ପି ନେଇ ଚମ୍ପଟ ମାରିଥିବା ବେଳେ ସିସିଟିଭି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦିନ ଦ୍ବିପହରରେ ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବାବେଳେ ପୋଲିସର କାର୍ଯ୍ୟ ପ୍ରତି ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *