କୁମାର କବି
ପୁରୀ – ତା ୨୫/୯ – କୁମାର କବି ଅରକ୍ଷିତ ପ୍ରଧାନ ଥିଲେ ଏକାଧାରରେ ଜଣେ ମହାକବି,ଲେଖକ, ଗବେଷକ, ସାହିତ୍ୟିକ, ନାଟ୍ୟକାର, ଔପନ୍ୟାସିକ, ପ୍ରଚଣ୍ଡ ବାଗ୍ମୀ ପୁରୁଷ,ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାରକ ଓ ସଂଗଠକ। ଚିଲିକା କୂଳରେ ବ୍ରହ୍ମଗିରି ଅଞ୍ଚଳରେ ହାସିନପୁର ଗ୍ରାମରେ କବି ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। କୌଣସି ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ନଥାଇ ଅରକ୍ଷିତ ପ୍ରଧାନ ଜଣେ ପ୍ରଖ୍ୟାତ କବି ଭାବେ ନିଜକୁ ସାରା ଓଡ଼ିଶାରେ ପରିଚିତ କରାଇ ପାରିଥିଲେ।ତାଙ୍କର ଅଠର ଖଣ୍ଡ କାଳଜୟୀ ପୁସ୍ତକ ଓଡ଼ିଆ ସାହିତ୍ୟକୁ ଅନବଦ୍ୟ ଅବଦାନ।ସେ ଥିଲେ ଓଡ଼ିଶା ଓ ଆସାମ ରାଜ୍ୟ ମଧ୍ୟରେ ଏକମାତ୍ର ଓଡ଼ିଆ ସାଂସ୍କୃତିକ ରାଷ୍ଟ୍ରଦୂତ। ପୁରୀ ଜିଲ୍ଲା ସଂସ୍କୃତି ଭବନ ସଭାଗୃହ ରେ ଆଜି ଅନୁଷ୍ଠିତ ପଞ୍ଚଦଶ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସମାରୋହ କୁ ଉଦଘାଟନ କରିଥିଲେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ।ସେ କୁମାର କବିଙ୍କୁ ଜଣେ ମହାକବି ବୋଲି କହିଥିଲେ। କୁମାର କବି ଓଡ଼ିଶାର ଅସ୍ମିତା ଥିଲେ ବୋଲି ସେ କହିଛନ୍ତି।

ଫାଉଣ୍ଡେସନର ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ର ସମାରୋହରେ ଅଧ୍ୟକ୍ଷତା କରିଥିଲେ। ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଫାଉଣ୍ଡେସନ ସମ୍ପାଦକ ଅଧିବକ୍ତା ଦିଗମ୍ବର ବେହେରା। କୁମାର କବି ସମ୍ମାନ ଗ୍ରହଣ କରି ସାହିତ୍ୟିକ ଦାଶ ବେନହୁର କୁମାର କବି ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।ସେ କହିଥିଲେ ଯେ ପୃଥିବୀରେ ମଣିଷ ମାନେ ହିଁ ସଂସ୍କୃତି ଓ ସାହିତ୍ୟ ର ଚର୍ଚ୍ଚା ସହିତ ପୂଜାର୍ଚ୍ଚନା କରିଥାନ୍ତି।କବି ଲେଖନ୍ତି ମାତ୍ର ମହାକବି ଜାତିକୁ ବାଟ ବତାନ୍ତି ବୋଲି ସେ କହିଥିଲେ ଏବଂ କୁମାର କବି ସେହି ମହାକବି ଥିଲେ ବୋଲି ସେ ଦୋହରାଇ ଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପ୍ରଥମ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ କୁମାର କବିଙ୍କ କାଳଜୟୀ କୃତି ସମ୍ପର୍କରେ ଆଲୋଚନା କରି ସାହିତ୍ୟ ଏକାଡେମୀ ତାଙ୍କ ସାହିତ୍ୟ ସୃଷ୍ଟି କୁ କୁମାର କବି ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଭାସ୍କର ଚନ୍ଦ୍ର ମିଶ୍ର, ଡକ୍ଟର ଶଶାଙ୍କ ଚୂଡ଼ାମଣି କୁମାର କବିଙ୍କୁ ସ୍ୱାଭିମାନ ର ପ୍ରତୀକ ବୋଲି କହିଥିଲେ। ପ୍ରାରମ୍ଭରେ ଫାଉଣ୍ଡେସନ ତରଫରୁ ପ୍ରକାଶିତ*କୁମାର କବି ସୃଷ୍ଟି ସମୀକ୍ଷା* ପୁସ୍ତକର ଲୋକାର୍ପିତ ହୋଇଥିଲା। କୁମାର କବି ବିରଚିତ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀ ସୁଶାନ୍ତ ପ୍ରଧାନଙ୍କ କଣ୍ଠଦାନରେ ନିର୍ମିତ ଭଜନ ସିଡି କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମାରୋହ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ସମ୍ମାନୀତ କରାଯାଇଥିଲା। ଦାଶ ବେନହୁରଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ କୁମାର କବି ସମ୍ମାନ ସହିତ ଫଳକ ଓ ଦଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ଉତ୍କଳ ସଂଗୀତ ରତ୍ନ ସମ୍ମାନ ଦେଇ ଅତିଥି ମାନେ ସମ୍ମାନୀତ କରିଥିଲେ। ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କୁ ସଂସ୍କୃତ ସୌରଭ, ପଣ୍ଡିତ ପ୍ରମୋଦ ଚନ୍ଦ୍ର ମିଶ୍ର ଙ୍କୁ ସଂସ୍କୃତ ରତ୍ନ, ଡକ୍ଟର ଭାସ୍କର ମିଶ୍ରଙ୍କୁ ସଂସ୍କୃତି ରତ୍ନ, ସଦାଶିବ ମିଶ୍ର ଙ୍କୁ ସାରସ୍ଵତ ରତ୍ନ, ରବୀନ୍ଦ୍ରନାଥ ପଟ୍ଟନାୟକ ଙ୍କୁ ଗଳ୍ପ ରତ୍ନ, ରଞ୍ଜନ କୁମାର ଦଳାଇ ଙ୍କୁ ସେବକ ରତ୍ନ, କବି ସନ୍ୟାସୀ ନାୟକ ଙ୍କୁ କବି ସୌରଭ, ଭଗବାନ ଦାସ ମହାପାତ୍ରଙ୍କୁ ସଂସ୍କୃତି ସେବା ରତ୍ନ, ନିରଞ୍ଜନ ବାହିନୀପତିଙ୍କୁ ଗାୟକ ଗୌରବ ରତ୍ନ, ମନୋଜ କୁମାର ମିଶ୍ର ଙ୍କୁ ଗାୟକ ସୌରଭ ରତ୍ନ,ପଦନ କିଶୋର ଭୂତିଆଙ୍କୁ ଲୋକକଳା ରତ୍ନ, ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ଙ୍କୁ ଶିକ୍ଷା ସୌରଭ ଓ ଯୁବ ଇଞ୍ଜିନିୟର ସ୍ୱୟଂ ପ୍ରକାଶ ପରିଡ଼ାଙ୍କୁ ଉତ୍କଳ ବାଣିଜ୍ୟ ରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକାରୀ ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଂଚାଳନ କରିଥିଲେ।। ଟିକିତାରା ଏବଂ ଫାଉଣ୍ଡେସନ ଆନୁକୁଲ୍ୟରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ଗୋଖରା ଠାରେ ଅନୁଷ୍ଠିତ,ର ଦେଖିଲେଖ ପ୍ରତିଯୋଗିତା ରେ ବିଜୟୀ ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଙ୍କୁ ସମ୍ମାନୀତ କରାଯାଇଥିଲା।।ପୂର୍ବାହ୍ନରେ ପ୍ରଥମ ଅଧିବେଶନ ରେ ଅନୁଷ୍ଠିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବ କୁ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଉଦଘାଟନ କରିଥିଲେ। ସାହିତ୍ୟିକ ବିପିନ ବିହାରୀ ଦଳାଇ ଏଥିରେ ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବେ ତତ୍ତ୍ୱ କବି ଵିଭୁଦାସ ଭିକାରୀ ଚରଣ ଜେନା ଯୋଗଦାନ କରି କୁମାର କବିଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥି ରୂପେ ତୃପ୍ତି ପଣ୍ଡା,ପ୍ରବାସିନୀ ମିଶ୍ର,ତରୁଣକବି ଦାମୋଦର ପ।ମା ବସନ୍ତାଇ ମହିଳା ସଂକୀର୍ତ୍ତନ ପରିଡ଼ା ପ୍ରମୁଖ ଯୋଗଦାନ କରି ଆଲୋଚନା କରିଥିଲେ।ମଣ୍ଡଳୀ ଓ ମା ସିଂହବାହିନୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ପାଲା ସଂଗୀତକାର ସତ୍ୟବ୍ରତ ପ୍ରଧାନ, ଶ୍ରୀ ପାଳିଆ ନବ କିଶୋର ଦଳାଇ,ବାଦକ ଲୋଚନ ସାହୁଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା। ସତୁରୀ ଜଣ କବି ସ୍ବରଚିତ କବିତାମାନ ପାଠ କରିଥିଲେ ଏବଂ ସମସ୍ତ ଙ୍କୁ କୁମାର କବି ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଭଜନତୀର୍ଥ ଭାଗିରଥି ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।ସମାରୋହକୁ ଉଷାରାଣୀ ମିଶ୍ର, ଶାଶ୍ବତୀ ଦାଶ,କବି ସତ୍ୟ ପ୍ରଧାନ,ଚିଣ୍ଟୁ ମାନସିଂହ,ଗାୟକ ପର୍ଶୁରାମ ଶାସମଲ, ସନ୍ଧ୍ୟାରାଣୀ ପଲାଇ, ରୀତା ରାଣୀ ଜେନା , ଶୁଭଶ୍ରୀ ପ୍ରଧାନ, ଜଗନ୍ନାଥ ପ୍ରଧାନ ପରିଚାଳନା କରିଥିଲେ।ସମାରୋହରେ ଡକ୍ଟର ନିରଞ୍ଜନ ବିଶ୍ୱାଳ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ପ୍ରମୋଦ କୁମାର ଦଳାଇ,ଅଧ୍ୟାପକ ଅମୂଲ୍ୟ କୁମାର ସାହୁ,କବି ସୁନୀଲ ମିଶ୍ର,ପୌର୍ଣମାସୀ ଦେବୀ ପ୍ରମୁଖ ଯୋଗ ଦେଇ ଥିଲେ।
