ରାୟଗଡ଼ା ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ ର ବୈଠକ

ରାୟଗଡ଼ା : ତା : ୦୬/୦୧/୨୫ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ରର ଜିଲ୍ଲା ପ୍ରତିନିଧିମାନଙ୍କ ଏକ ବୈଠକ ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା ଶ୍ରୀମତୀ ଉଷା ରାଣୀ ଦାଶଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନିୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ସାହୁ ଯୋଗ ଦେଇ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କରାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବିକୁ ନେଇ ଆଲୋଚନା କରାଯାଇ ନୂତନ ସରକାରଙ୍କ ଠାରେ ଦାବି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ମାନଙ୍କୁ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖା କୁ ବିରୋଧ କରିବା ସହ ଆସନ୍ତା ଦିନରେ ସରକାର ଏବଂ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି ତାହା ହେଲେ ଆସନ୍ତା ଦିନରେ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଉକ୍ତ ବୈଠକରେ ଜିଲ୍ଲାର ୧୧ ଟି ବ୍ଳକର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକକୁ ସଞ୍ଜୁକ୍ତା ହରପାଲ , ସଞ୍ଜୁକ୍ତା ରଥ , ରୀତା ପଣ୍ଡା , ମଞ୍ଜୁଳା ମଣ୍ଡଳ , ମହିନି ପାଲାକା , ସ୍ନେହାଞ୍ଜଳୀ ମିଶ୍ର , ଗୀତା ଖାଡାଙ୍ଗା , ସୁନିତା ମିଶ୍ର , ପରିଚାଳନା କରିଥିଲେ।

ରାୟଗଡ଼ାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *