ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ର ଦ୍ୱିତୀୟ ଦିନ
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଓ ହିତାଧିକାରୀଙ୍କୁ ସହାୟତା ପ୍ରଦାନ
ନବରଙ୍ଗପୁର ତା ୨୦.୭.୨୦୨୫: ଆଜି ସ୍ଥାନୀୟ ସାଇକଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଥିଲେ। ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବିଭିନ୍ନ ବିଭାଗୀୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ର ଶୁଭାରମ୍ଭ କରିଥିଲେ।

ଜିଲ୍ଳାର ବିଭିନ୍ନ ବିଭାଗ ର ୨୫୧ ଟି ପ୍ରକଲ୍ପ ସର୍ବମୋଟ ୧୫୮.୬୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଗଲା।ଜଳ ଜୀବନ ମିଶନ ଅନ୍ତର୍ଗତ ୧୮.୨୮ କୋଟି ମୂଲ୍ୟର ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୬୨.୬୪ କୋଟିର ମୂଲ୍ୟର ୧୨ ଗୋଟି ବିଭିନ୍ନ ପ୍ରକଳ୍ପ, ମିଶନ ଶକ୍ତି ଅନ୍ତର୍ଗତ ୧୫ କୋଟି ମୂଲ୍ୟର ୫୦ ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କୋଠା,୧୩.୦୮ କୋଟି ମୂଲ୍ୟର ୧୦୯ ଗୋଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ,୧୧.୬୩ କୋଟି ମୂଲ୍ୟର ୬୨ ଗୋଟି ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ସହ ୧୬.୭୦ କୋଟି ମୂଲ୍ୟର ୩ ଗୋଟି ଗ୍ରାମ୍ୟ ସଡ଼କ,୨୧.୨୭ କୋଟି ମୂଲ୍ୟର ୫ ଗୋଟି ସେତୁ ବନ୍ଧନ ପ୍ରକଲ୍ପ ର ଶୁଭ ଲୋକାର୍ପଣ ମୁଖ୍ୟ ଅତିଥି କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ,ରାସ୍ତା,ଶିକ୍ଷା,ସ୍ଵାସ୍ଥ୍ୟ,ସମସ୍ତଙ୍କୁ ପାନୀୟ ଜଳ,ଭିତ୍ତିଭୂମିର ବିକାଶ ଉପରେ କହିବା ସହ ପ୍ରତ୍ୟେକ ଗାଁ ରେ ଖେଳ ପଡିଆ,କଲ୍ୟାଣ ମଣ୍ଡପ, ଅମୃତ ସରୋବର,ଦାଦନ ମୁକ୍ତ ନବରଙ୍ଗପୁର ଜିଲ୍ଲା ଗଠନ କରି ବିକଶିତ ଗାଁ ବିକଶିତ ଓଡ଼ିଶା କୁ ସାକାର ଦିଗରେ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ। ସେଭଳି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନର ପ୍ରଭାବ, ଲୋକଙ୍କ ସରକାର , ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଓ ଅଧ୍ୟକ୍ଷତା,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପରେ କହି ଜିଲ୍ଲାର ସାମଗ୍ରିକ ଉନ୍ନତିରେ ସମସ୍ତଙ୍କ ସହଭାଗିତା କୁ ଉଲ୍ଲେଖ କରି ଥିଲେ।ବିଧାୟକ ଗୌରୀ ଶଙ୍କର ମାଝୀ ଓ ନରସିଂହ ଭତରା ତଥା ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ନିଜ ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଙ୍କ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଉପରେ କହିଥିଲେ ।
ମଞ୍ଚରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୧୦ ଜଣଙ୍କୁ ଶ୍ରବଣ ଯନ୍ତ୍ର, ଶ୍ରମ ବିଭାଗ ତରଫରୁ ୧୧ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିବାହ କାଳୀନ, ମାତୃତ୍ଵ କାଳୀନ, ଶିକ୍ଷା, ମୃତ୍ୟୁ କାଳୀନ ସହାୟତା ସହ ୮ ଜଣଙ୍କୁ ଶ୍ରମ କାର୍ଡ , ଜଙ୍ଗଲ ଜମି ଅଧିକାର ନିୟମ ଅନ୍ତର୍ଗତ ବିଭିନ୍ନ ବ୍ଲକ ର ୩୮ ଜଣଙ୍କୁ ଆଇ ଏଫ୍ ଆର୍ ଜମି ପଟ୍ଟା ପ୍ରଦାନ କରିଥିଲେ।ଶେଷରେ ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଚନ୍ଦନା ମଲ୍ଲିକ ସଭା ସଂଯୋଜନା କରିଥିଲେ।
ଏହି ଅବସରରେ ଆଜି ମୁଖ୍ୟ ଅତିଥି ସକାଳ ୧୦.୦୦ ଘ ସମୟରେ ପାପଡାହାଣ୍ଡି ସ୍ଥିତ ସହିଦ ସ୍ମୃତି ସ୍ତମ୍ବ ଠାରେ ଜିଲ୍ଲାର ବୀର ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ସହିଦ ସ୍ତମ୍ବ ପରିସରରେ ବୃକ୍ଷ ଚାରା ରୋପଣ କରିଥିଲେ।ସେଭଳି କୋଡ଼ିଙ୍ଗା ର ଫର୍ଷାଗୁଡା ସ୍ଥିତ ବନ ବିଭାଗ ଦ୍ଵାରା ନିର୍ମିତ ବର୍ଣ୍ଣମାଳା ଉଦ୍ୟାନ କୁ ଉଦ୍ଘାଟନ କରି ସାଧାରଣ ସଭାରେ ପରିବେଶ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ ଓ ବୃକ୍ଷ ଚାରା ରୋପଣ କରିଥିଲେ।ଏହି ଦୁଇଟି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ବିଧାୟକ ଝରିଗାଁ ନରସିଂହ ଭତରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ ପ୍ରମୁଖ ଉପସ୍ଥିତ ଥିଲେ।ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ର ଦ୍ୱିତୀୟ ଦିନ
ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଓ ହିତାଧିକାରୀଙ୍କୁ ସହାୟତା ପ୍ରଦାନ
ନବରଙ୍ଗପୁର ତା ୨୦.୭.୨୦୨୫: ଆଜି ସ୍ଥାନୀୟ ସାଇକଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଥିଲେ। ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବିଭିନ୍ନ ବିଭାଗୀୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ର ଶୁଭାରମ୍ଭ କରିଥିଲେ। ଜିଲ୍ଳାର ବିଭିନ୍ନ ବିଭାଗ ର ୨୫୧ ଟି ପ୍ରକଲ୍ପ ସର୍ବମୋଟ ୧୫୮.୬୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଗଲା।ଜଳ ଜୀବନ ମିଶନ ଅନ୍ତର୍ଗତ ୧୮.୨୮ କୋଟି ମୂଲ୍ୟର ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୬୨.୬୪ କୋଟିର ମୂଲ୍ୟର ୧୨ ଗୋଟି ବିଭିନ୍ନ ପ୍ରକଳ୍ପ, ମିଶନ ଶକ୍ତି ଅନ୍ତର୍ଗତ ୧୫ କୋଟି ମୂଲ୍ୟର ୫୦ ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କୋଠା,୧୩.୦୮ କୋଟି ମୂଲ୍ୟର ୧୦୯ ଗୋଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ,୧୧.୬୩ କୋଟି ମୂଲ୍ୟର ୬୨ ଗୋଟି ଅତିରିକ୍ତ ଶ୍ରେଣୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ସହ ୧୬.୭୦ କୋଟି ମୂଲ୍ୟର ୩ ଗୋଟି ଗ୍ରାମ୍ୟ ସଡ଼କ,୨୧.୨୭ କୋଟି ମୂଲ୍ୟର ୫ ଗୋଟି ସେତୁ ବନ୍ଧନ ପ୍ରକଲ୍ପ ର ଶୁଭ ଲୋକାର୍ପଣ ମୁଖ୍ୟ ଅତିଥି କରିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ,ରାସ୍ତା,ଶିକ୍ଷା,ସ୍ଵାସ୍ଥ୍ୟ,ସମସ୍ତଙ୍କୁ ପାନୀୟ ଜଳ,ଭିତ୍ତିଭୂମିର ବିକାଶ ଉପରେ କହିବା ସହ ପ୍ରତ୍ୟେକ ଗାଁ ରେ ଖେଳ ପଡିଆ,କଲ୍ୟାଣ ମଣ୍ଡପ, ଅମୃତ ସରୋବର,ଦାଦନ ମୁକ୍ତ ନବରଙ୍ଗପୁର ଜିଲ୍ଲା ଗଠନ କରି ବିକଶିତ ଗାଁ ବିକଶିତ ଓଡ଼ିଶା କୁ ସାକାର ଦିଗରେ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ। ସେଭଳି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନର ପ୍ରଭାବ, ଲୋକଙ୍କ ସରକାର , ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ଓ ଅଧ୍ୟକ୍ଷତା,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପରେ କହି ଜିଲ୍ଲାର ସାମଗ୍ରିକ ଉନ୍ନତିରେ ସମସ୍ତଙ୍କ ସହଭାଗିତା କୁ ଉଲ୍ଲେଖ କରି ଥିଲେ।ବିଧାୟକ ଗୌରୀ ଶଙ୍କର ମାଝୀ ଓ ନରସିଂହ ଭତରା ତଥା ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ ନିଜ ବକ୍ତବ୍ୟରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଙ୍କ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଉପରେ କହିଥିଲେ ।
ମଞ୍ଚରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୧୦ ଜଣଙ୍କୁ ଶ୍ରବଣ ଯନ୍ତ୍ର, ଶ୍ରମ ବିଭାଗ ତରଫରୁ ୧୧ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିବାହ କାଳୀନ, ମାତୃତ୍ଵ କାଳୀନ, ଶିକ୍ଷା, ମୃତ୍ୟୁ କାଳୀନ ସହାୟତା ସହ ୮ ଜଣଙ୍କୁ ଶ୍ରମ କାର୍ଡ , ଜଙ୍ଗଲ ଜମି ଅଧିକାର ନିୟମ ଅନ୍ତର୍ଗତ ବିଭିନ୍ନ ବ୍ଲକ ର ୩୮ ଜଣଙ୍କୁ ଆଇ ଏଫ୍ ଆର୍ ଜମି ପଟ୍ଟା ପ୍ରଦାନ କରିଥିଲେ।ଶେଷରେ ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଚନ୍ଦନା ମଲ୍ଲିକ ସଭା ସଂଯୋଜନା କରିଥିଲେ।
ଏହି ଅବସରରେ ଆଜି ମୁଖ୍ୟ ଅତିଥି ସକାଳ ୧୦.୦୦ ଘ ସମୟରେ ପାପଡାହାଣ୍ଡି ସ୍ଥିତ ସହିଦ ସ୍ମୃତି ସ୍ତମ୍ବ ଠାରେ ଜିଲ୍ଲାର ବୀର ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ସହିଦ ସ୍ତମ୍ବ ପରିସରରେ ବୃକ୍ଷ ଚାରା ରୋପଣ କରିଥିଲେ।ସେଭଳି କୋଡ଼ିଙ୍ଗା ର ଫର୍ଷାଗୁଡା ସ୍ଥିତ ବନ ବିଭାଗ ଦ୍ଵାରା ନିର୍ମିତ ବର୍ଣ୍ଣମାଳା ଉଦ୍ୟାନ କୁ ଉଦ୍ଘାଟନ କରି ସାଧାରଣ ସଭାରେ ପରିବେଶ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ ଓ ବୃକ୍ଷ ଚାରା ରୋପଣ କରିଥିଲେ।ଏହି ଦୁଇଟି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ବିଧାୟକ ଝରିଗାଁ ନରସିଂହ ଭତରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ ପ୍ରମୁଖ ଉପସ୍ଥିତ ଥିଲେ।ନବରଙ୍ଗ ପୁର ରୁ ସରଜ ମହାଙ୍କୁଡ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *