ସୋରଡ଼ା ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

-ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗେଞ୍ଜା ପଞ୍ଚାୟତ ଅଧୀନ ବନ୍ଧାଗୋଛା ଗ୍ରାମ ଠାରୁ ରଣବା କନ୍ଧମାଳ ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ପାଞ୍ଚ କିଲୋମିଟର ରାସ୍ତା ନିର୍ମାଣ ପାଇଁ ସୋରଡ଼ା ବିଧାୟକ ନୀଳମଣି ବିଶୋୟି ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଗେଞ୍ଜା ଗ୍ରାମ ନିକଟ ରେ ଥିବା କଡେଶ୍ଵରି ମନ୍ଦିର ଠାରେ କଲ୍ୟାଣୀ ମଣ୍ଡପ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ପରେ ବୋହୁ ପଟୁଆର ରେ ଦଳୀୟକର୍ମି ବିଧାୟକ ଙ୍କୁ ସ୍ଵାଗତ କରିବା ସହ ସାପୁଆପଲ୍ଲୀ ଗ୍ରାମରେ ବିଦ୍ୟାଳୟ ଥିଲା କିନ୍ତୁ ପିଲା ବସି ପାଠ ପଢିବା ପାଇଁ ଶ୍ରେଣୀଗୃହ ନଥିଲା । ଏହା ବହୁତ ଦିନରୁ ଏହି ଗାଁ ଲୋକ ଙ୍କ ଅନୁରୋଧ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଇପରୁନଥିଲ l ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଆଗରୁ ଏହି ଖବର ପ୍ରସାରଣ ହୋଇଥିଲା କିନ୍ତୁ ବର୍ତ୍ତମାନ ର ବିଧାୟକ ଦୁଷ୍ଟି ଗୋଚର ହେବ ଦିନ ଏହି ବିଦ୍ୟାଳୟ ପ୍ରତି ଗୁରୁତ୍ବ ଦେଇ ସଙ୍ଗେ ସଙ୍ଗେ ତାହା କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀ ଙ୍କୁ କହି ତାହା ଆଜି ଏହି ଶ୍ରେଣୀଗୃହ ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଗ୍ରାମବାସୀ ଙ୍କ ଖୁସିର ଲହରୀ ଖେଳିଯାଇଛି । ଯାହା ଫଳରେ ବିଧାୟକ ଙ୍କୁ ସାଧୁବାଦ୍ ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମରେ ରେ ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଚିନ୍ମୟ ପାତ୍ର ଉପସ୍ଥିତ ଥିବା ବେଳେ ଜଗଦୀଶ ରାଜୁ ,ଜୟରାମ ପାତ୍ର,ରାଧାମୋହନ ସ୍ୱାଇଁ, ଆଇନଜୀବୀ ପ୍ରଦୀପ ଶେଖର ପାଳ ଙ୍କ ସମେତ ବୋହୂ ବରିଷ୍ଟ ବିଜେପି କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *