ଭଦ୍ରକ କୋର୍ଟର ନୂତନ ଜିଲ୍ଲା ଜଜ ଭାବେ ଦାୟିତ୍ଵ ନେଲେ ସଂଗ୍ରାମ କେଶରୀ ପଟ୍ଟନାୟକ

ଭଦ୍ରକ କୋର୍ଟରେ ନୂତନ ଜିଲ୍ଲା ଜଜ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ . ଏହା ପୂର୍ବରୁ ନୂଆପଡା ଜିଲ୍ଲା ଜଜ ଭାବରେ କାର୍ଯ୍ୟ କରୁଥିଲେ. ୨୯,୧୧,୨୧ ମସିହା ଠାରୁ ଭଦ୍ରକର ଜିଲ୍ଲା ଜଜ ଭାବେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ସୁଚାରୁରୂପେ ତାଙ୍କର କାର୍ଯ୍ୟ ସମ୍ପାଦନା କରି କୋର୍ଟରେ ସମସ୍ତଙ୍କର ପ୍ରିୟ ହୋଇଥିଲେ . ତାଙ୍କର ସମ୍ବଲପୁର ଜିଲ୍ଲା ଜଜ ଭାବରେ ବଦଳି ହେବା ପରେ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଶ୍ରୀ ନାୟକଙ୍କ ସ୍ଥାନରେ ଜିଲ୍ଲା ଜଜ ଭାବେ ଯୋଗ ଦାନ କରିଛନ୍ତି . ଶ୍ରୀ ପଟ୍ଟନାୟକ ୨୦୦୧ ମସିହାରେ ବିଚାର ବିଭାଗିୟ ଅଧିକାରୀ ଭାବରେ ଯୋଗ ଦେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଚାର ପତି ଭାବେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସିଛନ୍ତି . ତେବେ ସେ ନିରପେକ୍ଷ ବିଚାର ଭିବାଗୀୟ ଅଧିକାର ଭାବରେ ବେଶ ସୁନାମ ଅର୍ଜନ କରି ଆସିଛନ୍ତି .

ଆଜି ତାଙ୍କର ଯୋଗ ଦାନ ପରେ ଭଦ୍ରକ ଓକିଲ ସଂଘର କର୍ମକର୍ତ୍ତମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ . ସେହିପରି ସମସ୍ତ ସରକାରୀ ଓକିଲ ଓ ଅଧସ୍ଥନ ବିଚାର ପତି, ବିଚାର ବିଭାଗିୟ କର୍ମଚାରୀମାନେ ମଧ୍ୟ ତାଙ୍କୁ ଫୁଲ ତୋଡ଼ା ଦେଇ କୋର୍ଟକୁ ପାଛୋଟି ଆଣିଥିଲେ . ନୂତନ ଜିଲ୍ଲା ଜଜ ପ୍ରଥମେ କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନିଜ କାର୍ଯ୍ୟଭାର ଗ୍ରହଣ କରିଥିଲେ.

Punil Kumar Samanta reporter

Leave a Reply

Your email address will not be published. Required fields are marked *