ଲକ୍ଷ୍ମୀପୂଜା ଭସାଣୀ ଉତ୍ସବ
କୋଣାର୍କ,୦୪.୧୧- କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ହେଇଥିବା ମା ଲକ୍ଷ୍ମୀପୂଜା ଭସାଣୀ ଉତ୍ସବ ଶୁକ୍ରବାର ସଂଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଭସାଣି ଉତ୍ସବ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଆୟୋଜିତ ହୋଇଥିଲା। ଯାହା ସାରା କୋଣାର୍କ ସହରରେ ବେଶ୍ ଆକର୍ଷଣ ପାଲଟିଥିଲା। ପାରମ୍ପରିକ ଘଣ୍ଟ ବାଦ୍ୟ, ଘୋଡ଼ା ନାଚ, ପଞ୍ଜାବୀ ଢୋଲ ଓ ସିଙ୍ଗବଜା ସହ କୌତୁକ ବେଶରେ ନୃତ୍ୟ ପରିବେଷଣ ଚିତ୍ତାକର୍ଷକ ଥିଲା। ଶତାଧିକ ମହିଳା ଓ କମିଟି ସଦସ୍ୟ ମାନେ ଭସାଣୀ ଉତ୍ସବରେ ଯୋଗଦେଇ ଖୁସି ମଜାରେ ମାଙ୍କୁ ମେଲାଣି ଦେଇଥିଲେ। ଦୀର୍ଘ ୭ଦିନ ହେବ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀ ସଂଘ ପକ୍ଷରୁ ମା ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ଆକର୍ଷଣୀୟ ଟେଣ୍ଟ୍, ଆଲୋକ ସଜ୍ଜା ସହ ମନ ମୁଗ୍ଧକର ମେଢ଼ ରେ ଦିବ୍ୟ ଦର୍ଶନରେ ମା ବିରାଜମାନ କରିଥିଲେ। ଏହି ଅବସରରେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଗୀତିକାର ମାନଙ୍କୁ ନେଇ ଗୁରୁବାର ଭଜନ ସମାରୋହ ଆୟୋଜିତ ହୋଇଥିଲା।
