ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ।ପୁରୀ ୧୯/୧ ପ୍ରତି ପିଲା ମଧ୍ୟରେ ଇଶ୍ଵର ବିବିଧ ପ୍ରତିଭା ଭରି ଦେଇଛନ୍ତି।ତାହାର ଉନ୍ମେଷ ଘଟିଲେ ସମାଜ ବିକଶିତ ହେବା ସହ ରାଜ୍ୟ ପାଇଁ ସମ୍ବଳ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ।ଆଜି ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ସମ୍ପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ ସରକାର ଙ୍କ ର ଏହି ବ୍ୟବସ୍ଥା ଦ୍ଵାରା ଆମ ମାତୃଭାଷାର ଉନ୍ନତି, ଆମ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଓ ଆମ ପୂର୍ବସୁରୀ ଙ୍କ ଉପାଦେୟ ରଚନା ଗୁଡିକ ପ୍ରତି ଆକର୍ଷଣ ବଢ଼ିବା ସହ ଏହାର ପ୍ରଚାର ପ୍ରସାର ଓ ସଂରକ୍ଷଣ ସହଜ ହୋଇ ପାରିବ ବୋଲି ଆଶା କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚରିତା ପ୍ରତିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟୁନା ମଲ୍ଲିକ, ବିଦ୍ୟାଳୟ ମୋ ସ୍କୁଲ ଅଭିଯାନର ସଭାପତି ସୁକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଶୃଙ୍ଖଳିତ ଓ ଉନ୍ନତ ଚରିତ୍ର ଗଠନରେ ଏହି ସୃଜନଶୀଳତା ପରିପ୍ରକାଶରେ ସହାୟକ ହେବ ବୋଲି କହିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।୧୦ମ ଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ବେଜ ଙ୍କୁ ଷ୍ଟୁଣ୍ଡେଣ୍ଟ ଅଫ ଦି ଇଅର, ଗୌରୀ ଶଙ୍କର ଚଇନୀ ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ଓ ବରିଷ୍ଠ ଶିକ୍ଷକ ସୋମନାଥ ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଗୌରୀ ଶଙ୍କର ଚଇନି ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ କ୍ଲବ କାର୍ଯ୍ୟକ୍ରମ ର ପଦକ୍ଷେପ କୁ ପରିଦର୍ଶନ କରିବା ସହ ୱାଲ ମାଗାଜିନ ଓ ପିଲାଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ପ୍ରଦର୍ଶନ କୁ ବୁଲି ଦେଖିଥିଲେ।କାର୍ଯ୍ୟକ୍ରମ ରେ ପ୍ରଭାତ କୁମାର ଦାଶ,ପ୍ରିୟଦର୍ଶିନୀ ସାହୁ ଓ ଅନ୍ୟାନ୍ୟ ଶିକ୍ଷକ, କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *