ଶ୍ରାବଣ ଶେଷ ସୋମବାର ,ଶୈବପିଠରେ ପ୍ରବଳ ଭିଡ

କାମାକ୍ଷାନଗର୦୪/୦୮/୨୫ଆଙ୍କର-ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର।ରାଜ୍ୟର ସମସ୍ତ ଶୈବପିଠ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ ,କାମାକ୍ଷାନଗର ରାମେଶ୍ବର ଓ କପିଳେଶ୍ବର ଶୈବପିଠରେ ମଧ୍ୟ ସକାଳୁ ସକାଳୁ ଭକ୍ତମାନେ କାନ୍ଧରେ ପାଣିର ଭାର ନେଇ ମନ୍ଦିରରକୁ ଯାଇ ପାଣି ଢାଳିଥିଲେ।ରାତିସାରା ଭକ୍ତ ମାନେ ପାଖ ନଦିରୁ ପାଣି ଉଠାଇ ଚାଲି ଚାଲି ଆସି ମନ୍ଦିରର ପହଞ୍ଚିବା ପରେ ମନ୍ଦିରର ନିତିକ୍ରାନ୍ତି ସରିବା ପରେ ପାଣି ଢାଳିବା ଆରମ୍ଭ ହୋଇଥିଲା।ବିଶ୍ବାଶ ରହିଛି ଏହି ଶ୍ରାବଣ ମାସରେ ନିରାମିଂଶ ଭୋଜନ କରି ନିଷ୍ଠାରେ ରହିବା ସହ ଶିବଙ୍କୁ ପାଣି ଲାଗି କରିଲେ କୋଟି ପୂଣ୍ୟ ମିଳିବା ସହ ମନସ୍କାମନା ପୂର୍ଣ ହୋଇଥାଏ।ଏହି ବିଶ୍ବାଶକୁ ନେଇ ସମସ୍ତେ ପାଣି ଲାଗି କରିଥାନ୍ତି।ମନ୍ଦିର ତରଫରୁ ଭକ୍ତ ମାନେ କିପରି ଶୃଙ୍ଖଳିତ ଭାବେ ଧାଡିରେ ଆସି ଜଳଲାଗି କରିହେବ ସେନେଇ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *