ବିଳମ୍ବିତ ରାତିରେ ରାହାଜାନୀ; ୩ ଅଭିଯୁକ୍ତ କୋର୍ଟ ଚାଲାଣ

କାକଟପୁର – ଗତକାଲି ତା ୦୯/୧୦.୦୯.୨୦୨୫ ରଖ ଦିନ ମଧ୍ୟରାତ୍ର ଭୋର ସମୟରେ କାକଟପୁର ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ତିନି ଜଣ ଲୋକ ଯାହାଙ୍କର ନାମ ୧.ଶିବ ପ୍ରସାଦ ପରିତା @ଚିନତୁ (୨୩)ପିତା-ମନୋଜ ପରିଡା, ଗ୍ରାମ-ଦହିଖୁଆ , ଥାନା-କାକଟପୁର, ଜିଲ୍ଲା-ପୁରୀ ୨. ଦୁଷ୍ମନ୍ତ ସାହୁ@ଗୁଡୁ (୩୦)ପିତା-ରବୀନ୍ଦ୍ର କୁମାର ସାହୁ, ଗ୍ରାମ- ନୀଳକଣ୍ଠପୁର, ଥାନା-କାକଟପୁର,ଜିଲ୍ଲା-ପୁରୀ ୩.ଆଶୀଷ କୁମାର ଖୁଣ୍ଟିଆ@ଗୁଗୁଲି (୨୭)ପିତା-ଭଗବାନ ଖୁଣ୍ଟିଆ, ଗ୍ରାମ- ନୀଳକଣ୍ଠପୁର,ଥାନା-କାକଟପୁର, ଜିଲ୍ଲା-ପୁରୀ , ଏମାନେ ସମସ୍ତେ ହାତରେ ଗୋଟିଏ ଗୋଟିଏ ମାରଣାସ୍ତ୍ର ଲୁହାରଡ, ଭୁଜାଲି ଇତ୍ୟାଦି ଧରି କାକଟପୁର ବ୍ଲକ ଛକ ନିକଟରେ ମେନ ରୋଡରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଡରାଇ ଧମକାଇ ଅନେକ ଗାଳି ଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇ ଆତଙ୍କ ଖେଳାଇ ଜୋର ଜବରଦସ୍ତ ଲୋକମାନଙ୍କ ଠାରୁ ଦାଦାବଟି ଟଙ୍କା ଆଦାୟ କରୁଥିଲେ । ଏହି ଖବର ପାଇ କାକଟପୁର ପୋଲିସ ସେଠାକୁ ଯାଇ ସେମାନଙ୍କୁ କାବୁ କରିଥିଲା । ପୋଲିସ ସେମାନଙ୍କ ବ୍ୟକ୍ତିଗତ ତଲାସି କରିବାରୁ ସେମାନଙ୍କ ନିକଟରୁ ଗୋଟିଏ ଭୁଜାଲି ଓ ଦୁଇଟି ଲୁହ ରଡ, ସେମାନଙ୍କ ପ୍ୟାଣ୍ଟ ପକେଟରୁ ସମୁଦାୟ ୪୫୦/- ଟଙ୍କା ଯାହାକି ସାକ୍ଷୀ ମାନଙ୍କ ଉପସ୍ଥିତିରେ ଜବତ କର। ଯାଇଅଛି । ଏ ସଙ୍କ୍ରାନ୍ତରେ କାକଟପୁର ଥାନାରେ ପୋଲିସ ତରଫରୁ ଏକ କେସ ଯାହାର ନମ୍ବର – 265, Dtd-10.09.2025, U/s-296/308(4)/308(5) BNS,23 ରେଜିସ୍ଟେଶନ କରାଯାଇ ଉପରୋକ୍ତ ତିନିଜଣ ଆସାମୀ ମାନଙ୍କୁ ଆଜି ସକାଳ ସମୟରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଅଛି ଓ ଏହାର ଅଧିକ ତଦନ୍ତ ଚାଲୁ ରହିଛି । ସେମାନଙ୍କ ନାମରେ ଆଗରୁ ଅନେକ ଅପରାଧିକ ମାମଲା ଅଛି ବୋଲି ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *