ଭଦ୍ରକ ରେ ନୀଳ ସରସ୍ବତୀ ହେଲ୍ପ ଲାଇନ ସେବା ସଂଗଠନ ପକ୍ଷରୁ ମଗଣା ଅଟୋ ସେବା ର ଶୁଭାରମ୍ଭ

ଆଜି ଭଦ୍ରକ ଟାଉନ ର କୁଆଁସ ଠାରେ ଥିବା ନୀଳ ସରସ୍ବତୀ ହେଲ୍ପ ଲାଇନ ସେବା ସଂଗଠନ ପକ୍ଷରୁ ସଂସ୍ଥା ର କାର୍ଯ୍ୟାଳୟ ସମ୍ମୁଖ ରେ ଦୁର୍ଘଟଣା, ଭିନ୍ନକ୍ଷମ ଓ ଗରିବ ନିରାଶ୍ରୟ ଙ୍କୁ ମଗଣା ପାରିବହନ ନେଇ ଏକ ନୂତନ ଅଟୋ କୁ ଫିତା କାଟି ଶୁଭାରମ୍ଭ କରିଥିଲେ ଅଞ୍ଚଳର ଗରିବ ବୟସ୍କା ମହିଳା ସରୋଜିନୀ ନାୟକ l ଏହି କାର୍ଯ୍ୟକ୍ରମ ସହିତ ଏକା ସେବା ସମ୍ପର୍କିତ ସଭା କରାଯାଇଥିଲା l ଏହି ଅନୁଷ୍ଠାନ ର ବିଭିନ୍ନ ପ୍ରକାର ସେବା କାର୍ଯ୍ୟ କୁ କିଭଳି ଅଧିକ କ୍ରିୟାଶୀଳ କରା ଯାଇ ପାରିବ ତାହା ନେଇ ହେଲ୍ପ ଲାଇନ ସଭାପତିମୋହିତ ରାଉଳ ପ୍ରକାଶ କରିଥିଲେ l ସେହିପରି ସମ୍ପାଦକ ରାଜୀବ ସାମଲ ମଧ୍ୟ ସେବା କାର୍ଯ୍ୟ ଉପରେ ସୂଚନା ଦେଇଥିଲେ l ସମାଜସେବୀ ସଂଜୀବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଅତିଥି ଭାବେ ଶ୍ରାବଣୀ କିନର, ସମାଜସେବୀ ସ୍ୱାଧୀନ ସୁନ୍ଦର ଦାସ, ବିଜେପି ନଗର ସଭାପତି ଦେବାଂଶୁ ରାଉତ, ଯୁବ ନେତା ସୁରେଶ ସାମଲ, କୁନା ମହାନ୍ତି, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି ଓ ଶଶୀ ଭୂଷଣ ସ୍ୱାମୀ, ଯୁବ ସମାଜସେବୀ ସୁରୁପା ନନ୍ଦ ମହାପାତ୍ର ବକ୍ତବ୍ୟ ରଖିଥିଲେ l ଅନୁଷ୍ଠାନ ର ସାଧାରଣ ସମ୍ପାଦକ ବିଜୟ ନାୟକ, ଉପଦେଷ୍ଟା ଅବିନାଶ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଗୋମାତା ସେବା, ରକ୍ତ ଦାନ, ମେଡିକାଲ ସଫେଇ ଇତ୍ୟାଦି କାର୍ଯ୍ୟକ୍ରମ କରିଥିବା ଉପରେ ସୂଚନା ଦିଆଯାଇଥିଲା l

Punil Kumar Samanta reporter

Leave a Reply

Your email address will not be published. Required fields are marked *