ସିଟି ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନ

ଭୁବନେଶ୍ୱର: ୧୪:0୧ ରାଜ୍ୟ ସରକାରଙ୍କ “ନୂଆ ଓ ନବୀନ ଓଡିଶା ” କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ସିଟି ମହିଳା ଡିଗ୍ରୀ ମହାବିଦ୍ୟାଳୟ ଉଦଯାପିତ ହୋଇ ଯାଇଛି!” ମହାବିଦ୍ୟାଳୟର ଅଧ୍ୟକ୍ଷା ସୂର୍ଯ୍ୟସ୍ନାତା ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ 5-T ଦ୍ବାରା ନିର୍ମିତ ମହାବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ l

ସମ୍ମାନିତ ଅତିଥି ଭାବରେ ଅନନ୍ତ ନାରାୟଣ ଜେନା ଉପସ୍ଥିତି ରହି ଉକ୍ତ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଶ୍ରେଣୀ ଖୋଲି ଭୁବନେଶ୍ୱର ର ଏକ ମୁଖ୍ୟ ମହାବିଦ୍ୟାଳୟର ସ୍ବପ୍ନ ଦେଖିଥିଲେ।ମୁଖ୍ୟ ବକ୍ତା ବିନୟିନୀ ଜେନା ଯୁବ ସମାଜ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଗଭୀର ଆସ୍ଥା ତଥା ବିଶ୍ଵାସ ଥିବା କଥା କହି ଯୁବ ସମାଜକୁ ସମାଜ କଲ୍ୟାଣ ପାଇଁ ନିଜକୁ ନିୟୋଜିତ କରିବାକୁ କହିଥିଲେ। ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ସଦସ୍ୟା ଏବଂ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ ସଭାନେତ୍ରୀ ଦେବସ୍ମିତା ଦାସ, ଯୋଗଦାନ କରି ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଏହା ଦ୍ୱାରା ଲୁକ୍କାୟିତ ପ୍ରତିଭା ନିଶ୍ଚୟ ବିକଶିତ ହୋଇପାରିବ ବୋଲି ମତ ପୋଷଣ କରିଥିଲେ ! ଉକ୍ତ ସଭାରେ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ବିଜୁଛାତ୍ର ଜନତା ଦଳର ମିକୁ ପ୍ରଧାନ ଏବଂ ଭୁବନେଶ୍ବର ବାବନ ନମ୍ବର ୱାର୍ଡର କର୍ପୋରଟର ଶ୍ରୀଧର ବେହେରା ,ପଚାଶ ନମ୍ବର ୱାର୍ଡର ପୂର୍ବତନ କର୍ପୋରଟର ସୁଜିତ ସ୍ବାଇଁ ଯୋଗ ଦେଇଥିଲେ ଅଧ୍ୟକ୍ଷା ସୂର୍ଯ୍ୟସ୍ନାତା ଶତପଥୀ ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରବା ସହିତ ଭବିଷ୍ୟତରେ ଏହା ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେବ ବୋଲି ମତ ପୋଷଣ କରିଥିଲେ ! ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମଟିକୁ “ନୂଆ-ଓ” କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପିକା ସ୍ମିତାଞ୍ଜଳୀ ମହାନ୍ତି ସଂଚାଳନ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଟିତ ହୋଇଥିଲା। ମହାବିଦ୍ୟାଳୟ ତର

Leave a Reply

Your email address will not be published. Required fields are marked *