ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ
ପୂରଣ ହେବ ପକ୍କାଘର ଆଶା, ବିକଶିତ ହେବ ଆମ ଓଡ଼ିଶା ବ୍ଲକ ପ୍ରଶାସନ ପକ୍ଷରୁ ଯାଜପୁର, କୋରେଇ ବ୍ଲକ କାର୍ଯ୍ୟାଳୟରେ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ, ପ୍ରଥମ ପର୍ଯାୟ ରେ ୩୯୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ l ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟର ଗରିବ ଓ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ପରିବାରକୁ ଭର୍ଚୁଆଲ୍ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହି ପରିପକ୍ଷରେ ଆଜି କୋରେଇ ବ୍ଲକ କାର୍ଯ୍ୟାଳୟ ବିଡ଼ିଓ ଅବନୀକାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଆଜି ବିଧାୟକ ଶ୍ରୀ ଦାସନାୟକ କୋରେଇ ବ୍ଲକ ବିଭିନ୍ନ ପଂଚାୟତର ୩୯୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ l ସେପଟେ ଆଜି ଏହି କାର୍ଯ୍ୟଦେଶ ପାଇବା ପରେ ହିତାଧିକାରୀ ମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
