କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଆମ ହସ୍ପିଟାଲ ଯୋଜନା ର ଲୋକାର୍ପଣ
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଆମ ହସ୍ପିଟାଲ ଯୋଜନା ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ଆମ ହସ୍ପିଟାଲ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ 5ଟି ଉପକ୍ରମ ରେ ସାମିଲ କରାଯିବା ପରେ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ କରାଯାଇଛି l ଏହି ଅବସରରେ ବାଲିଗୁଡା ମେଡିକାଲ ପରିସରରେ ଔଷଧ ବିତରଣ କେନ୍ଦ୍ର, ରୋଗୀ ମାନଙ୍କ ପାଇଁ ପ୍ରତୀକ୍ଷା ଗୃହ ଓ ମିଶନ ଶକ୍ତି କାଫେ କୁ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଗୁଡା ମେଡିକାଲ କୁ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, ବାଲିଗୁଡା ଏନଏସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ ଙ୍କ ସମେତ ଅଂଚଳବାସୀ l
ବାଲିଗୁଡା ରୁ ଭନିନୀ ଶଙ୍କର ଜେନା reporter
