ରାୟଗଡା କଲେକ୍ଟୋରେଟରେ ଆଇନ ସଚେତନତା ଶିବିର
ରାୟଗଡ଼ା-ସ୍ଥାନୀୟ କଲେକ୍ଟୋରେଟରେ ଥିବା ଚିନ୍ତନ କକ୍ଷ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ କର୍ମକ୍ଷତ୍ରରେ ରେ ହେଉଥିବା ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଏ.ଡି.ଏମ୍ ଶ୍ରୀ ଭାସ୍କର ରଇତ, ରାୟଗଡା ବାର ଆସୋସିଏସନର ଓକିଲ ଶ୍ରୀମତି ଶୁଭ୍ରା ପଣ୍ଡା, ଶ୍ରୀମତି ପ୍ରଣତି ପାତ୍ର, ଶ୍ରୀ ଭି.ଅବତାର ଓ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାନେଲ ଓକିଲ ସୀତାରାମ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ I ଏଥିସହିତ କଲେକ୍ଟେଟ୍ ଓ ଡି.ଆର.ଡି.ଏ ର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ର ରେ ଯୌନନିର୍ଯ୍ୟାତନର ସୀକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ସୀକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଅତିଥିମାନେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟ ର ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ କଲେକ୍ଟଟର ଓ ଡି.ଆର.ଡି.ଏ ର ସମସ୍ତ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I
ରିପୋର୍ଟ-ନୃସିହ ଚରଣ ବାରିକ

