ଉତ୍ତେରେଶ୍ବର ଉଚ୍ଚବିଦ୍ୟାଳୟରେ ଆଇନ୍ ସଚେତନତା ସଭା

ଯାଜପୁର ତା ୩୧.୦୧.୨୬ ରିଖ ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ଉତ୍ତରେଶ୍ଵର ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସେବା ପ୍ରାଧିକରଣ ର ସଚୀବ ନେହା ଅଗ୍ରଓ୍ବାଲା ଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଆଲୋଚକ ଭାବେ ଵିରିଷ୍ଠ ଦେଓ୍ଵାନୀ ବିଚାରପତି ସତ୍ୟପ୍ରକାଶ ରାୟଚୌଧୁରୀ ,ଜେଏମ୍ଏଫସି ଏଲ୍ଆର୍ ଏଲଟିଭି ଅଂଶୁମାନ ରଥ,ଜେ ଏମ୍ଏଫ୍ ସି ଵିଣାପାଣୀ ତାଣ୍ଡି ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇ ସର୍ବୋଚ୍ଚ ନ୍ୟାୟାଳୟ କୃତ୍ରିମ ବୁଦ୍ଧିମତା ସହଯୋଗରେ ନିଜର ବିଧିକ୍ ସଫ୍ଟଓୟେର୍ ସୁଭାଷ ମାଧ୍ୟମରେ କିପରି ଇଂରେଜୀ ଭାଷାର ରାୟ ଗୁଡ଼ିକୁ ବିଭିନ୍ନ ଆଞ୍ଚଳିକ ଭାଷା ରେ ଜନସ୍ବାର୍ଥ ପାଇଁ ଅନୁବାଦ କରାଯିବାର ସଂଯୋଗ ସୃଷ୍ଟି କରିଛନ୍ତି ଓ ଓଡ଼ିଶା ଉଚ୍ଚନ୍ୟାଳୟ ୨୦୨୫ ମସିହା ନିୟମ ଅନୁଯାୟୀ ଆଭାସୀ କୋର୍ଟ ପରିଚାଳନା କରୁଛନ୍ତି ତାସହିତ ୨୦୦୭ ସିଭିଲ୍ ମେଡ଼ିଏସନ୍ ,ସିଭିଲ୍ ରୁଲ୍ ଏବଂ ତୃତୀୟ ଲିଙ୍ଗିଙ୍କ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଏହି ସଭାରେ ପ୍ରତୀକାତ୍ମକଭାବେ ତୃତୀୟ ଲିଙ୍ଗି ଭାଵେ ପରିଚିତ ଏସ୍ କେ ମୁନ୍ନା ,ସୋନାଲି ପୃଷ୍ଟି ଓ ପମି ଉପସ୍ଥିତ ଥିବାବେଳେ ଏସ୍ କେ ମୁନ୍ନା ସେମାନଙ୍କ ଅନୁଭୂତି ଓ ସମସ୍ୟା ବିଷୟରେ ମତ ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ନନୀଗୋପାଳ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ଶିକ୍ଷକ ସନ୍ତୋଷ କୁମାର ଦାଶ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ , ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *