ଆଇନ ସଚେତନତା ଶିବିର ଅନୁଷ୍ଠିତ
ପୁରୀ ଜିଲ୍ଲା ଆଇନ ସେବା ପ୍ରାକରଣର ନିର୍ଦ୍ଦେଶ ଅନୁସାରେ ତା ୧୫.୬.୨୦୨୫ ରିଖରେ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ହୋପ ଭଜ ଲାଇଫ, ଓ ଏକ ଜୋମ୍, ବାଲିଗୁଆଳି, ପୁରୀ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବା ସହ ବରିଷ୍ଠ ନାଗରିକ ମାନଙ୍କୁ ଫଳ ବଣ୍ଟନ କରାଯାଇଅଛି । ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୁକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ପରିଚାଳନା କରିଥିଲେ । କାର୍ଯକ୍ରମରେ ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉହାଜନ କରିବା ସହ ନିଜ ବଲ୍ଲଦ୍ୟରେ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଉପରେ ଥିବା ସରକାରୀ ଆଇନ ଗୁଡିକ ଉପରେ ଆଲୋଚନା କରିବା ସହ ସେମାନଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହା ସହିତ ଆଇନ ସେବା ପ୍ରାଧୁକରଣ ଅଧୁନିୟମ ୧୯୮୭ ରେ ଥିବା ବିଭିନ ବିଧବ୍ୟବସ୍ଥାର ଇଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁକ୍ଳ ଆଇନ ସେବା ଯୋଗ୍ୟ ହିତାଧୁକାରୀ, ଲୋକ ଅଦାଲଡ, ମମତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିସୟରେ ଆଲୋଚନା କରିଥିଲେ । ଏହି ଦିବସ ଉପଲକ୍ଷେ ଅନୁଷ୍ଠାନରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୁକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
